jayashree

ଅନନ୍ୟ ପ୍ରତିଭାର ଅଧିକାରୀ ଯୋଗେଶ୍ୱର ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ଅଞ୍ଚଳର ଜଣେ ଅନନ୍ୟ ପ୍ରତିଭା, ସୁନାମଧନ୍ୟ ସରକାରୀ କର୍ମଚାରୀ ତଥା ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଓଁ ଯୋଗେଶ୍ୱର ମିଶ୍ର । ତୁଲଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଯୋଗେଶ୍ୱର ମିଶ୍ରଙ୍କ ସ୍ଥାୟୀ ବାସସ୍ଥାନ ଥିଲା ବଲାଙ୍ଗିର ସହରର କନ୍ଧପାଲି ପଡ଼ା । ସେ କୀର୍ତ୍ତନ, ଗୀତିନାଟ୍ୟ ଓ ବିଭିନ୍ନ କଳା ପ୍ରଦର୍ଶନ ସହିତ କର୍ମକାଣ୍ଡ ପଦ୍ଧତିରେ ତାଙ୍କର ଗଭୀର ଜ୍ଞାନ ଥିଲା । ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ସେ ଅଭିଜ୍ଞ ଥିଲେ । ସଂସ୍କୃତ ଶ୍ଳୋକ ପାଠ ସହ ଏହାର ସରଳ ଓଡ଼ିଆ ଅନୁବାଦକୁ ସୁଲଳିତ କଣ୍ଠରେ ପରିବେଷଣ କରି ସେ ଉପସ୍ଥିତ ଜନତାଙ୍କ ମନ ଜିଣିପାରୁଥିଲେ । ବିଶେଷକରି ପୂଜାବିଧି, ଶ୍ଳୋକ ପାଠ ଓ ବିଭିନ୍ନ ଧାର୍ମିକ ଉପଚାରର ଭାବାର୍ଥକୁ ଗୀତ ମାଧ୍ୟମରେ ପରିବେଷଣ କରିବାରେ ତାଙ୍କର ସ୍ୱତନ୍ତ୍ର ଦକ୍ଷତା ଥିଲା । ତାଙ୍କ ଦ୍ୱାରା ଏକାଦଶୀ ଓ ଚତୁର୍ଦ୍ଦଶୀ ଜାଗରଣର ମାହାତ୍ମ୍ୟ ଏବଂ ପ୍ରଜା ପ୍ରକାଶ ପାଇସାରିଛି । ସଂକ୍ରାନ୍ତି ଓ ପୂର୍ଣ୍ଣିମା ଜାଗରଣ ପୂଜା ଏବଂ ମାହାତ୍ମ୍ୟ ମଧ୍ୟ ପ୍ରକାଶ ପାଇବା ଅପେକ୍ଷାରେ ରହିଛି ।

Leave A Reply

Your email address will not be published.