jayashree

ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ନିର୍ବାଚନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ, ମୟୂରଭଞ୍ଜ ଶାଖାର ବାରିପଦା ଉପଖଣ୍ଡ ସ୍ତରୀୟ ନିର୍ବାଚନ ଅସନଯୋଡ଼ା ସ୍ଥିତ ପି.ଏମ.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନୀ ବୈଠକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା । ଜିଲ୍ଲା ସଭାପତି ଡିମ୍ପଲ କୁମାର ଦାସ ଏବଂ ସାଧାରଣ ସମ୍ପାଦକ ଦୀପକ କୁମାର ସେଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାରେ ସଂଘର ମାର୍ଗଦର୍ଶକ ବିଶ୍ୱନାଥ ସାହୁ ଓ ଧ୍ରୁବଚରଣ ମୁର୍ମୁ ମଞ୍ଚାସୀନ ଥିବାବେଳେ ସୁଶାନ୍ତ କୁମାର ପାତ୍ର ବୈଠକରେ ସଭାପତିତ୍ୱ କରିଥିଲେ । ମଞ୍ଚାସୀନ ଅତିଥିମାନେ ସମସ୍ତ ଆଶାୟୀ ପ୍ରାର୍ଥୀଙ୍କୁ ଶିକ୍ଷକ ସମାଜର କଲ୍ୟାଣ ତଥା ସ୍ୱାର୍ଥ ରକ୍ଷା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଗଣତାନ୍ତ୍ରିକ ଭୋଟ ପ୍ରକ୍ରିୟା ମାଧ୍ୟମରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ନୂତନ କାର୍ଯ୍ୟକାରିଣୀ କମିଟିରେ ସଭାପତି ଭାବେ ସୁଧାଂଶୁ ଶେଖର ସେଠୀ, ଉପ-ସଭାପତି ଭାବେ ସମ୍ବିତ ପାତ୍ର, ସାଧାରଣ ସମ୍ପାଦକ ଭାବେ ପ୍ରିୟବ୍ରତ ମିଶ୍ର, ଯୁଗ୍ମ ସମ୍ପାଦକ ଭାବେ କେଶବ କୃଷ୍ଣ ମହାନ୍ତ, ସାଂଗଠନିକ ସମ୍ପାଦକ ଭାବେ ରବୀନ୍ଦ୍ର ମୁଖୀ, କୋଷାଧ୍ୟକ୍ଷ ଭାବେ ଦିନେଶ କୁମାର ରାମ, ଅଡିଟର ଭାବେ କୁନା ମହାନ୍ତ ଏବଂ ମହିଳା ପ୍ରତିନିଧି ଭାବେ ନୀଳାଞ୍ଜନା ରାଉତ ଓ ଲକ୍ଷ୍ମୀପ୍ରିୟା ସାଶ୍ମଲ ନିର୍ବାଚିତ ହୋଇଛନ୍ତି । ଶେଷରେ ସମସ୍ତ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଆନୁଷ୍ଠାନିକ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବା ସହ ସେମାନଙ୍କ ଦାୟିତ୍ୱ ଅର୍ପଣ କରାଯାଇଥିଲା ।

Leave A Reply

Your email address will not be published.