jayashree

ଜିଲ୍ଲା ସ୍ତରୀୟ ସେବା ସଂକଳ୍ପ ଅଭିଯାନ ପ୍ରତିଯୋଗିତାରେ ତୁରେକେଲା ବ୍ଲକ ଛାତ୍ରଛାତ୍ରୀଙ୍କ ସଫଳତା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିରରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ଚଉଦଗୋଟି ବ୍ଳକରୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ତୁରେକେଲା ବ୍ଲକ ସ୍ତରରେ ବକ୍ତୃତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ତିନୋଟି ଗ୍ରୁପର ଛାତ୍ରଛାତ୍ରୀ ଜିଲ୍ଲା ପ୍ରତିଯୋଗିତାରେ ଭାଗ ନେଇଥିଲେ।ସେହି ପ୍ରତିଯୋଗିତାରେ ବରିଷ୍ଠ ବିଭାଗରେ ବର୍ଷା ଆଚାରୀ ଦ୍ୱିତୀୟ, ସବଜୁନିଅରରେ ପ୍ରତ୍ୟୁଷ ରଞ୍ଜନ ଜାଲ ତୃତୀୟ ଓ ଜୁନିୟରରେ ଅନୀତା ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ପୁରସ୍କାର ବିତରଣୀ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ତିନିଜଣ ବିଜେତାଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ଛାତ୍ରଛାତ୍ରୀ ମାନଙ୍କ ସଫଳତା ପାଇଁ ତୁରେକେଲା ବ୍ଳକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀ,ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି, ଜଗବନ୍ଧୁ ମାଝୀ, ହିଆଲ ସିଆର୍‌ସିସି ବିରଞ୍ଚି ନାରାୟଣ ଦାଶ, କଣ୍ଟାବାଞ୍ଜି ସିଆରସିସି ଦୀନେଶ ମହାନନ୍ଦ, ସିଆରସିସି ପ୍ରେମରାଜ ପାଣିଗ୍ରାହୀ, ଧନସିଂ ମାଝୀ, ଗୁରୁ ପ୍ରସାଦ ଛତ୍ରିଆ,କୃତିବାସ ବରିହା, ଗଜୟ କୁମାର ଦାଶ, ଅନୁପ କୁମାର ଦାସ, ଗଜିନ୍ଦ୍ର ହରିଜନ, ଜଗମୋହନ ସେଠୀ, ଶିକ୍ଷକ ଅଗସ୍ତି ସୁନା, ପ୍ରବୀଣ ବାଦୀ, ରମେଶ ଚନ୍ଦ୍ର ମାଝୀ ସମେତ ଶିକ୍ଷକବୃନ୍ଦ ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.