jayashree

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିଶୁ ବାଟିକା ବିଭାଗ ପକ୍ଷରୁ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିଶୁମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଅଧ୍ୟାପକ ସନ୍ତୋଷ ସିଂ ଠାକୁର ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥିଲେ । ସେ ଶିଶୁ ବିକାଶରେ ମାତାଙ୍କ ଭୂମିକା ତଥା ଶିଶୁ ଶିକ୍ଷା କ୍ଷେତ୍ରରେ ପ୍ରଚଳିତ ବିଭିନ୍ନ ଭ୍ରାନ୍ତ ଧାରଣା ଓ ତାହାର ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ପ୍ରଦାନ ସହ ସମ୍ମିଳନୀର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଭାପତି ପୃଥିରାଜ ସାହୁ ମାର୍ଗଦର୍ଶନ ପ୍ରଦାନ କରିଥିବା ବେଳେ ସଦସ୍ୟା ଶ୍ରୀମତୀ ଅଲିଭା ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଜୀବନାନନ୍ଦ ଶତପଥୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ଶ୍ରୀମତୀ ସୁଜାତା ତ୍ରିପାଠୀ ସୂଚନା ପ୍ରଦାନ କରିଥିଲେ । ଏହି ମାତୃ ସମ୍ମିଳନୀରେ ସମୁଦାୟ ୧୫୫ ଜଣ ମାଆ ଯୋଗଦେଇଥିଲେ । ଏହା ସହିତ ଶିଶୁ ବାଟିକା ବିଭାଗର ଗୁରୁଜୀ ଓ ଗୁରୁମାମାନଙ୍କ ଦ୍ୱାରା ଶାରୀରିକ ଶିକ୍ଷା, ଚିତ୍ର ପୁସ୍ତକାଳୟ, ବିଜ୍ଞାନ ପ୍ରୟୋଗଶାଳା, ରଙ୍ଗମଞ୍ଚ ଆଦି ବିଭିନ୍ନ କଳାଂଶ ପରିଚାଳନା କରାଯାଇଥିଲା । ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣରେ ମାତୃ ସମ୍ମିଳନୀଟି ସଫଳତାର ସହ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.