jayashree

ଟେମରୀ ଗ୍ରାମ ପଞ୍ଚାୟତରେ ମାଗଣା ସ୍ୱାସ୍ଥ୍ୟ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସବଡ଼ିଭିଜନ ଅନ୍ତର୍ଗତ ପାଇକମାଲ ବ୍ଲକର ଟେମରୀ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଛି ମାଗଣା ସ୍ୱାସ୍ଥ୍ୟ ଶିବିର । ମୂରଲୀକ୍ରିଷ୍ଣା ଫାଉଣ୍ଡେସନ କ୍ରିଷ୍ଣା ବିକାଶ ହସ୍ପିଟାଲ୍ ଓ ଟେମରୀ ଗ୍ରାମ ପଞ୍ଚାୟତର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ମାଗଣା ସ୍ୱାସ୍ଥ୍ୟ ଶିବିରକୁ ମୁଖ୍ୟ ଅତିଥି ପାଇକମାଲ ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସାଧାରଣ ରୋଗ ଠାରୁ ଆରମ୍ଭ କରି ଏସିଜି ପରୀକ୍ଷା ମଧ୍ୟ ମାଗଣାରେ କରାଯାଇ ଔଷଧ ପ୍ରଦାନ କରାଯାଇଥିଲା । ଟେମରୀ ସରପଞ୍ଚ ଦିଲ୍ଲୀପ ବେହେରାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ବିକାଶ ଫାଉଣ୍ଡେସନର ଡାକ୍ତର ଅଜିତ କୁମାର ବାରିକଙ୍କ ସମେତ ବରିଷ୍ଠ ଡାକ୍ତରମାନେ ଯୋଗ ଦେଇଥିଲେ । ମାଗଣା ସ୍ୱାସ୍ଥ୍ୟ ଶିବିରରେ ରୋଗୀମାନେ ଯୋଗଦେଇ ଏହି ମହାନ୍ ଉଦ୍ଦେଶ୍ୟକୁ ପ୍ରଂଶସା କରିଛନ୍ତି । ସମାଜସେବୀ ଦେବାର୍ଚ୍ଚନ ସାହୁ, କିଶୋର ରଣା, ତୁକାରାମ ଠାକୁର, ଶିବାଶିଷ ପ୍ରଧାନ, ଆଶିଷ ବେହେରା, ବିଶି ରଣା, କୈଳାସ ପଟେଲ, ସମସ୍ତ ୱାର୍ଡ ମେମ୍ବର, ଭେଙ୍ଗରାଜପୁର ସରପଞ୍ଚ ସୁଦାମ ଚରଣ ସେଠି, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟା ପ୍ରମୁଖ ସବୁ କାର୍ଯ୍ୟ ସେବା ପ୍ରଦାନରେ ସହଯୋଗ କରିଥିଲେ ।

Leave A Reply

Your email address will not be published.