jayashree

ମହାବୀର ଯୁକ୍ତ ୨ ମହାବିଦ୍ୟାଳୟ ପୁଇଁତଲା ଠାରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ଓ ଗଙ୍ଗାଧର ସାହିତ୍ୟକୁ ନେଇ ଏକ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ପରିଷଦର ସଭାପତି ଡ. ଭବାନୀ ଶଙ୍କର ପଟେଲଙ୍କ ଅଧ୍ୟକ୍ଷତାରେ ଆମ ମହାବୀର ଯୁକ୍ତ ୨ ମହାବିଦ୍ୟାଳୟ ପୁଇଁତଲା ଠାରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ଓ ଗଙ୍ଗାଧର ସାହିତ୍ୟକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ମୁଖ୍ୟ ଅତିଥି ଭାବରେ କଲେଜର ଅଧ୍ୟକ୍ଷ ବିଜୟ କୁମାର ହୋତା, ସମ୍ମାନିତ ଅତିଥି ଭାବେ କବୟିତ୍ରୀ ତଥା ସମାଜ ସେବୀ ଶ୍ରୀମତୀ ଲିଲି ପଟେଲ, ବକ୍ତା ଶ୍ରୀମତୀ ଏଲୋରା ପଣ୍ଡା, ଅତିଥି ବକ୍ତା ଶ୍ରୀମତୀ ରଶ୍ମି ପାତ୍ର, ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସଭାପତି ଡ. ଭବାନୀ ଶଙ୍କର ପଟେଲ, ସଚିବ ରାମଚନ୍ଦ୍ର ପଟେଲ, ସଦସ୍ୟ ରାମଶଙ୍କର ଶତପଥୀ, ସଦସ୍ୟ ବଳିଷ୍ଠ ପ୍ରଧାନ ଉପସ୍ଥିତ ଥିବା ବେଳେ, ମଞ୍ଚ ପରିଚାଳନା ରାଜନୀତି ବିଜ୍ଞାନର ଅଧ୍ୟାପିକା କୁମାରୀ ସୀମା ମହାକୁର କରିଥିଲେ । ଶେଷରେ ଅଧ୍ୟାପକ ପ୍ରଶାନ୍ତ କୁମାର ନାଏକ ଓ ଛାତ୍ରଛାତ୍ରୀ ରାଜନନ୍ଦିନୀ ବେହେରା, ମନୀଷା ମହାକୁର, ପ୍ରୀତି ଡାଙ୍ଗ ଓ ଶୁଭମ୍ ମହାପାତ୍ର କବିତା ପଠନ କରିଥିଲେ ।

Leave A Reply

Your email address will not be published.