ଗଜପତି ମହାରାଜ‌ଙ୍କ ବାର୍ଷିକ ଭତ୍ତା ୩ ଲକ୍ଷ ୬୦ ହଜାର

ପୁରୀ : ଗଜପତି ମହାରାଜ‌ଙ୍କ ବାର୍ଷିକ ଭତ୍ତା ୩ ଲକ୍ଷ ୬୦ ହଜାର ସୂଚନା ମିଳିଛି । ଗଜପତି ମହାରାଜ ହେଉଛ‌ନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ହେଉଛନ୍ତି ଗଜପତି ମହାରାଜ । ଏଥିପାଇଁ ଗଜପତି ମହାରାଜଙ୍କ ମାସିକ ଭତ୍ତା ସାଙ୍ଗକୁ ଖେଇ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି । ସୂଚନା ଅଧିକାର ବଳରେ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ସୂଚନା ମୁତାବକ, ଗଜପତି ମହାରାଜ ପରିଚାଳନା କମିଟିର ସ୍ଥାୟୀ ସଭାପତି ଥିବାରୁ ମାସିକ ୩୦ ହଜାର ଟଙ୍କାର ଭତ୍ତା ପାଉଛନ୍ତି । ହିସାବ କଲେ ପରିଚାଳନା କମିଟି ସ୍ଥାୟୀ ସଭାପତି ଭାବେ ଗଜପତି ମହାରାଜ ବାର୍ଷିକ ୩ ଲକ୍ଷ ୬୦ ହଜାର ଭତ୍ତା ପାଉଛନ୍ତି ।

Leave A Reply

Your email address will not be published.