oom

ଆଠ ମାସ ପରେ ଗାଲଭାନ୍‌ରେ ସୈନିକମାନଙ୍କ ମୃତ୍ୟୁକୁ ନେଇ ଚୀନ୍‌ର ସ୍ୱୀକାରୋକ୍ତି

jsmm

ବେଜିଂ : ଆଠ ମାସ ପରେ ଚୀନ୍‌ ଶୁକ୍ରବାର ଦିନ ସ୍ୱୀକାର କରିଛି ଯେ, ଗତ ବର୍ଷ ଜୁନ୍‌ ମାସରେ ଗାଲଭାନ୍‌ ଭ୍ୟାଲିରେ ଭାରତୀୟ ସୈନିକମାନଙ୍କ ସହିତ ସଂଘର୍ଷରେ ତାହାର ସୈନିକମାନେ ମଧ୍ୟ ପ୍ରାଣ ହରାଇଥିଲେ ।

ଚୀନ୍‌ର ଆର୍ମି ପିପୁଲ୍ସ ଲିବରେସନ୍‌ ଆର୍ମି କହିଛି ଯେ, ଗାଲଭାନରେ ଚୀନ୍‌ର ୪ ସୈନିକ ନିହତ ହୋଇଛନ୍ତି ଓ ଏହି ବିବାଦରେ ଭାରତର ୨୦ ସୈନିକ ନିହତ ହୋଇଥିଲେ । କିନ୍ତୁ ଚୀନ୍‌ ସେତେବେଳେ ଏହାର ସୈନିକଙ୍କ ମୃତ୍ୟୁକୁ ସାର୍ବଜନୀନ କରିନଥିଲା । ୨୧ ଜୁନ୍‌ ଶୁକ୍ରବାର ଦିନ ଚାଇନାର ଗାଲଭାନ୍‌ ଭ୍ୟାଲିରେ ଭାରତୀୟ ଏବଂ ଚୀନ୍‌ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷର ଭିଡିଓ ଫୁଟେଜ୍‌ ମଧ୍ୟ ପ୍ରକାଶ ପାଇଥିଲା ସେତେବେଳେ ।

ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଙ୍କି ମାରୁଛି ଯେ, ଯେତେବେଳେ ଦୁଇ ଦେଶର ସୈନିକ ବିବାଦୀୟ ଅଂଚଳରୁ ପଛକୁ ଫେରୁଛନ୍ତି, ସେତେବେଳେ ଚୀନ୍‌ ହଠାତ୍‌ କାହିଁକି ଏହାର ସୈନିକଙ୍କ ମୃତ୍ୟୁକୁ ସର୍ବସାଧାରଣରେ ପ୍ରକାଶ କଲା? ଶୁକ୍ରବାର ଦିନ ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟର ନିୟମିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରଣାଳୟର ମୁଖପାତ୍ର ହୁ ଚୁନିଙ୍ଗଙ୍କୁ ମଧ୍ୟ ସମାନ ପ୍ରଶ୍ନ ପଚରାଯାଇଥିଲା ।

ଏହି ପ୍ରଶ୍ନର ଉତ୍ତରରେ ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଚୀନ୍‌ ଫ୍ରଣ୍ଟଲାଇନ ଅଧିକାରୀ ଏବଂ ସୈନିକମାନଙ୍କ ସାହସିକତା ସହ ଜଡିତ ପ୍ରଶ୍ନର ଉତ୍ତର ଦେଇଛି । ଗତ ବର୍ଷ ଜୁନ୍‌ ମାସରେ ଗାଲଭାନ୍‌ ଭ୍ୟାଲିରେ ସଂଘର୍ଷ ହୋଇଥିଲା ଏବଂ ଉଭୟ ପାର୍ଶ୍ୱରେ ଆହତ ହୋଇଥିଲେ । ଏଥିପାଇଁ ଭାରତର ସମ୍ପୂର୍ଣ୍ଣ ଭାବେ ଦାୟୀ । ମୋଟ ଉପରେ ଚୀନ୍‌ ଏକ ବଡ ଦେଶ ହୋଇ ଧର୍ଯ୍ୟର ସହିତ କାର୍ଯ୍ୟ କଲା ।

jittmm
Leave A Reply

Your email address will not be published.