
- ଏବିଭିପି ବଲାଙ୍ଗିରର ନୂଆ ଟିମ୍ ସଭାପତି ଡ. ସୁରୁ ମୁଣ୍ଡା, ସମ୍ପାଦକ ଶକ୍ତି ପ୍ରଶାଦ ପୁଝାରୀ
ବଲାଙ୍ଗିର, (କେପିଏନ୍ଏସ୍) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ନଗର ତରଫରୁ ବଲାଙ୍ଗିର କଲେଜ ଛକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ନୂତନ ନଗର କାର୍ଯ୍ୟକାରିଣୀ ୨୦୨୬-୨୭ ଘୋଷଣା ହୋଇଯାଇଛି । ନୂତନ ନଗର ସଭାପତି ରୂପେ ଡ. ସୁରୁ ମୁଣ୍ଡା ଓ ନୂତନ ନଗର ସମ୍ପାଦକ ରୂପେ ଶକ୍ତି ପ୍ରଶାଦ ପୁଝାରୀ ନିର୍ବାଚିତ ହୋଇଛନ୍ତି । ପ୍ରତିବର୍ଷ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୂତନ ବିଦ୍ୟାର୍ଥୀ ମାନଙ୍କୁ ନିଜର ସଦସ୍ୟ କରିବା ସହ ନୂତନ ଦାୟିତ୍ୱ ମଧ୍ୟ ଦେଇଥାଏ । ସେହିଭଳି ଉପସଭାପତି ଅନିଲ କୁମାର ସାହା, ସନ୍ଦିପ ମୁଣ୍ଡ, ସବିତା ପାଣିଗ୍ରାହୀ ଓ ସୁବେର ଭୋଇ, ନଗର ସହ ସମ୍ପାଦକ ଝରଣା ବାଗ, ଆଦ୍ୟାଶା ପ୍ରିୟଦର୍ଶିନୀ, ସସ୍ମିତା ରାଏ, ଶୁଭେନ୍ଦୁ ବିଶ୍ଵାଲ ଓ କୃଷ୍ଣ ବାରିକ, କାର୍ଯ୍ୟାଳୟ ସମ୍ପାଦକ ସୁବ୍ରତ ହୋତା, କୋଷାଧ୍ୟକ୍ଷ ଆୟୁଷ ଖେତି, ଏସ୍ଏଫ୍ଡି ସଂଯୋଜକ ଚୁଲବତି ନନ୍ଦ, ସହ ସଂଯୋଜକ ବବି ପ୍ରଧାନ, ଭାରତ କରନ, ସୁଜିତ ରଣା ଓ ରୁଦ୍ରାଣି ବେହେରା,ଏସ୍ଏଫ୍ଡି ସଂଯୋଜକ ୟୋଗେଶ ଜୈନ, ସହ ସଂଯୋଜକ ସୌମ୍ୟାଶ୍ରୀ ବିଶ୍ୱାଳ, ଦିବ୍ୟ ରଞ୍ଜନ ପ୍ରଧାନି, ଅନିଲ ମେର୍ଲି ଓ ନନ୍ଦିନୀ ଷାଣ୍ଢ, ଖେଲୋଭାରତ ସଂଯୋଜକ ଓମ୍ ପ୍ରକାଶ ବେହେରା, ସହ ସଂଯୋଜକ ସାଇ ରାଜ ଦିଶ୍ରି, ସତ୍ୟମ ଡାଙ୍ଗ ଓ ସୋନମ୍ ଶିକା, ରାଷ୍ଟ୍ରୀୟ କଳାମଞ୍ଚ ସଂଯୋଜକ ପ୍ରିୟଦର୍ଶିନୀ ବରିହା, ସହ ସଂଯୋଜକ ରୋସ୍ନା ବିଶ୍ୱାଳ, ଦିବ୍ୟଙ୍କା ଅଶ୍ଵପାଲ, ପଦ୍ମିନୀ ନନ୍ଦ ଓ ଅଶ୍ଵିନୀ ଷାଣ୍ଢ, ସିଡିଡି ସଂଯୋଜକ ଅଲିଶା ଡାଙ୍ଗ, ସହ ସଂଯୋଜକ ସାହିଲ ମିଶ୍ର, ସ୍ଵାଧୀନ ପ୍ରଧାନ, ଆକାଶ ବେହେରା, ସାଭିସ୍କାର ସଂଯୋଜକ ଅମିତ୍ କୁମାର ଦାଶ, ସହ ସଂଯୋଜକ ସଭ୍ୟସଚି ପଟେଲ ଓ ଦିପଲ ବାରିକ, ଫାର୍ମାଭିଜନ ସଂଯୋଜକ ରୂପେ ଗ୍ରିବେଶ ନାଏକଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାଜ୍ୟ ସହ ସମ୍ପାଦକ ଆକାଶ କମ୍ପ କାର୍ଯ୍ୟକର୍ତ୍ତା ମାନଙ୍କୁ ଉଦ୍ବୋଧନ ଦେଇଥିଲେ । ମୁଖ୍ୟବକ୍ତା ସଂଗଠନ ସମ୍ପାଦକ ବିକାଶ ସାହୁ ଏବିଭିପିର ୭୮ ବର୍ଷର ଯାତ୍ରା ବିଷୟରେ ବକ୍ତବ୍ୟ ରଖିଥିଲେ । ଏହା ସହ ମଞ୍ଚରେ ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ତଥା ପ୍ରାନ୍ତ ବିକାଶାର୍ଥେ ବିଦ୍ୟାର୍ଥୀ ସଂଯୋଜକ ମଞ୍ଜିତ କୁମାର କର୍ମୀ ଓ ଜିଲ୍ଲା ସଂଯୋଜକ ଆଲୋକ ଗୁରାଣ୍ଡି ମଞ୍ଚାସୀନ ଥିଲେ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତେଜରାଜ ସାହୁ, ବ୍ଲକ୍ ସଂଯୋଜକ ଦେବାଶିଷ କୁଅଁର, ବିଭାଗ ଏସ୍ଏଫ୍ଡି ପ୍ରମୁଖ ସ୍ଵାଧୀନ ଖମାରୀ, ବିଭାଗ ଆର୍କେଏମ୍ ପ୍ରମୁଖ ଅନିଶା କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ନଗରରେ ଅନେକ ବିଦ୍ୟାର୍ଥୀ ମାନଙ୍କୁ ଯୋଡ଼ିବା ସହ ସମାଜର ନେତୃତ୍ୱ ନେବ ବୋଲି ନୂତନ ନଗର ସମ୍ପାଦକ ଶକ୍ତି ପ୍ରଶାଦ ପୁଝାରୀ ମତ ହେଇଛନ୍ତି । ପ୍ରାନ୍ତ ଓ ବଲାଙ୍ଗିର ଜିଲ୍ଲା ତରଫରୁ ଅନେକ ବ୍ୟକ୍ତି ବିଶେଷ ନୂତନ ଦାୟିତ୍ୱ କାର୍ଯ୍ୟକର୍ତ୍ତା ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।