jayashree

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରୁ ସମଗ୍ର ଭାରତ ବର୍ଷରେ ସେବା ସଂକଳ୍ପ ଅଭିଯାନ ନାମରେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ଏହି କ୍ରମରେ ଆଜି ଲାଠିକଟା ବ୍ଲକ ଅଞ୍ଚକରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ପରିଷରରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ଜେପି ହସ୍ପିଟାଲର ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ ଯୋଗଦେଇ ବିଦ୍ୟାଳୟର ଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କର ଚକ୍ଷୁ ପରୀକ୍ଷା ମଧ୍ୟ କରିଥିଲେ । ବିଧାୟକ ପ୍ରତିନିଧି ଉମେଶ ନାଗଙ୍କ ସଂଯୋଜନାରେ ଆୟୋଜିତ ହୋଇଥିବା ଏହି ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଏବଂ ଚକ୍ଷୁ ପରୀକ୍ଷା ଶିବିରକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁଚିତ୍ରା ତନ୍ତୀ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଲାଠିକଟା ବ୍ଲକ ଉପାଧଖ୍ୟା ଶ୍ରୀମତୀ ବାସନ୍ତୀ ଓରାମ ଯୋଗଦେଇଥିଲେ । ଏହି ଶିବିର ପରିଚାଳନାରେ ସନ୍ତୋଷ କୁମାର ମଲ୍ଲିକ, ରବି କୁଜୁର, ଶଶୀ ତିର୍କୀ, ସୁମନ୍ତ ସିଂହ ପ୍ରମୁଖ ସହଯୋଗ କରିଥିଲେ । ଏଠାରେ ସୂଚନାଯୋଗ୍ୟ କି ଏହି ଅଭିଯାନ ଆସନ୍ତା ୧୭ ଅକ୍ଟୋବର ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଚାଲିବ ।

Leave A Reply

Your email address will not be published.