
ବୀରମିତ୍ରପୁର, (କେପିଏନ୍ଏସ୍) : ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ବିଜୁ ଜନତା ଦଳର ରାଜ୍ୟ ସଂଖ୍ୟାଲଘୁ ସେଲ୍ ସାଧାରଣ ପରିଷଦ ବୈଠକରେ ଯୋଗଦାନ କଲେ ବୀରମିତ୍ରପୁର ବିଧାୟକ ରୋହିତ୍ ଯୋଶେଫ୍ ତିର୍କୀ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଏବଂ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ଭାଇ-ଭଉଣୀମାନଙ୍କ ସାମାଜିକ, ଶୈକ୍ଷିକ ଓ ଅର୍ଥନୈତିକ ଉନ୍ନତି ପାଇଁ ଦଳର ନିରନ୍ତର ପ୍ରୟାସ ସମ୍ପର୍କରେ ବିସ୍ତୃତ ଆଲୋଚନା ହେଲା । ସଂଖ୍ୟାଲଘୁ ସମାଜର ଅଧିକାର ସୁରକ୍ଷା, ସଶକ୍ତିକରଣ ଏବଂ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖିବା ଦିଗରେ ବିଜୁ ଜନତା ଦଳ ସର୍ବଦା ପ୍ରତିବଦ୍ଧ ବୋଲି ମତ ବ୍ୟକ୍ତ କରିଥିଲେ । ବୈଠକରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ସଂଖ୍ୟାଲଘୁ ସେଲ୍ର ବରିଷ୍ଠ ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ଥିଲେ ।