jayashree

ଜୁର୍ଲାକାନି ଛକରେ ହେଉ ଦେଓଗାଁ ବ୍ଲକସ୍ତରୀୟ ଷ୍ଟାଡିୟମ

  • ୟୁଥ୍ ଏକ୍ସନ୍ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଜୋର୍ ଧରିଲା ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ୟୁଥ ଏକ୍ସନ କମିଟି ପକ୍ଷରୁ ଶନିବାର ଦିନ ନାଗେଶ୍ୱର କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୟୁଟ ଏକ୍ସନ କମିଟିର ସଭାପତି ଶବକ ବାରିକ, ବଣିକ ସଂଘ ସଭାପତି ସୁବଳ ରଣା, ସମାଜ ସେବୀ ବାବୁଲାଲ ଅଗ୍ରୱାଲ, ଯୁବ ନେତା କାର୍ତ୍ତିକ ମଲ୍ଲିକ, ଜଗବନ୍ଧୁ ସାହୁ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ନିର୍ମାଣ ହେବାକୁ ଥିବା ବ୍ଲକ୍ ସ୍ତରୀୟ ଷ୍ଟାଡିୟମକୁ ଦେଓଗାଁ ଓ ଗାଈବାହାଲ ପଞ୍ଚାୟତର ମଧ୍ୟ ଭାଗ ତଥା ଜୁର୍ଲାକାନି ଛକରେ ଥିବା ୪୦ ଏକର ଜମିରେ ଏହି ବ୍ଲକ ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ କଲେ ଦେଓଗାଁ ବ୍ଲକର ପୂର୍ବ – ପଶ୍ଚିମ ଦିଗରେ ରହିଥିବା ୨୬ ପଞ୍ଚାୟତ ସହ ଦେଓଗାଁରେ ପାଠ ପଢୁଥିବା ୩ ହଜାର ଛାତ୍ରଛାତ୍ରୀଙ୍କ ସହ ବହୁ କ୍ରୀଡ଼ାବିତ୍ ଉପକୃତ ହେବେ ବୋଲି ସୂଚନା ଦେଇଥିଲେ । ଏଣୁ ସରକାର ଷ୍ଟାଡିୟମ ନିର୍ମାଣ ପୂର୍ବରୁ ସ୍ଥାନ ନିରୂପଣ ବେଳେ ସବୁ ଦିଗକୁ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏପରି କି ବ୍ଲକ ସ୍ତରୀୟ ଷ୍ଟାଡିୟମକୁ ନେଇ ଆଗାମୀ ଦିନରେ ଏକ ଆନ୍ଦୋଳନ କରାଯିବ ବୋଲି ୟୁଟ୍ ଏକ୍ସନ କମିଟିର ସଭାପତି ସୂଚନା ଦେଇଥିଲେ ।

Leave A Reply

Your email address will not be published.