jayashree

ନମାମି ଭାରତମ୍ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍‌ ଗାନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବିଦ୍ୟାଭାରତୀ, ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଦ୍ଵାରା ପରିଚାଳିତ ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନମାମି ଭାରତମ୍ କାର୍ଯ୍ୟକ୍ରମରେ ସାମୂହିକ ବନ୍ଦେ ମାତରମ୍‌ ଗାନ ସାରା ଭାରତରେ ଏକ ସମୟରେ ଏକ ତାଳରେ ଏକ ଲୟରେ ଗାନ କରାଯିବା ଅବସରରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବନ୍ଦେ ମାତରମ୍‌ ଗାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଡଃ. ନାରାୟଣ ମିଶ୍ର ଯୋଗଦେଇ ବନ୍ଦେ ମାତରମ୍‌ର ପରିଚୟ ପ୍ରଦାନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ପରିଚାଳନା ସମିତିର ସଭାପତି ତୁଲାରାମ ମେହେର, ସାମ୍ବାଦିକ ରାଧେଶ୍ୟାମ ମେହେର ପ୍ରମୁଖ ମଞ୍ଚାସିନ ହୋଇଥିଲେ । ପ୍ରଧାନ ଆଚାର୍ଯ୍ୟ ସିଦ୍ଧାର୍ଥ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରେ ଠିକ୍ ୧୧ଘଣ୍ଟା ସମୟରେ ଏକା ସାଙ୍ଗରେ ବନ୍ଦେ ମାତରମ୍‌ ଗାନ ମଧ୍ୟ କରାଯାଇଥିଲା । ବିଦ୍ୟାଳୟର ଆଚାର୍ଯ୍ୟ ଆଚାର୍ଯ୍ୟା ବନ୍ଦେ ମାତରମ୍‌ ଗାନ କରିଥିଲେ ।

Leave A Reply

Your email address will not be published.