
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ବାତ୍ୟା ଅର୍ଣ୍ଣବକୁ ନେଇ ପ୍ରଶାସନର ସତର୍କତାମୂଳକ ପଦକ୍ଷେପ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗର୍ଭବତୀ ମହିଳାଙ୍କୁ ଆଗୁଆ ଚିହ୍ନଟ କରି ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ୨୬ ସେପ୍ଟେମ୍ବର ସକାଳ ୮ଟା ସୁଦ୍ଧା ଜିଲ୍ଲାରେ ମୋଟ ୪୩୮ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି । ସେହିପରି ୨୧ ଜଣ ଗର୍ଭବତୀଙ୍କୁ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି । ଏହାମଧ୍ୟରୁ ୨୪୮ ଜଣ ଗର୍ଭବତୀ ସୁରକ୍ଷିତ ଭାବେ ଶିଶୁ ପ୍ରସବ କରିଛନ୍ତି । ଉଲ୍ଲେଖନୀୟ ଭାବେ ସମସ୍ତ ୨୪୮ ଜଣ ମହିଳା ଜୀବିତ ଶିଶୁ ପ୍ରସବ କରିଥିବା ଜଣାପଡ଼ିଛି । କୌଣସି ମୃତ ଶିଶୁ ଜନ୍ମ ହୋଇନାହିଁ । ବାତ୍ୟା ପୂର୍ବରୁ ପ୍ରଶାସନର ଆଗୁଆ ପଦକ୍ଷେପ ଓ ସ୍ୱାସ୍ଥ୍ୟ ବିଭାଗର ସମନ୍ୱିତ ବ୍ୟବସ୍ଥା ଯୋଗୁଁ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇପାରିଛି ।