jayashree

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ

  • ଦିଗଶିରା ଠାରେ ଆଦର୍ଶ ମଣ୍ଡି ସ୍ଥାପନ ପାଇଁ ଶିଳାନ୍ୟାସ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲାର ନୂଆ ଟାଉନହଲ ଠାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ସୋନପୁର ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥଙ୍କ ସହ ମଞ୍ଚରେ ଡିଆର୍‌ସିଏସ୍‌ ଭବାନୀ ଶଙ୍କର ଦାସ, ଏଆର୍‌ସିଏସ୍‌ ନାରାୟଣ ସେଠୀ, ଆର୍‌ଏମ୍‌ସି ଡୁଙ୍ଗୁରିପାଲି ସେକ୍ରେଟାରୀ ଅବକାଶ ବେହେରା ଏବଂ ବୀରମହାରାଜପୁର ସେକ୍ରେଟାରୀ ମନୋଜ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଡୁଙ୍ଗୁରିପାଲି ବ୍ଲକ ଦିଗଶିରା ଠାରେ ଏକ ଆଦର୍ଶ ମଣ୍ଡି ସ୍ଥାପନ ପାଇଁ ଶିଳାନ୍ୟାସ କରାଯାଇଥିଲା । ଜାତୀୟ କମ୍ପ୍ୟୁଟର ସେବାରେ ଓଡ଼ିଶାରେ ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ୬ ଗୋଟି ସୋସାଇଟିର ୬୮୪ ଜଣ ଚାଷୀ ଲାଭାଂଶ ପାଇଥିବା ବେଳେ ଏଥିପାଇଁ ସୁବର୍ଣ୍ଣପୁର ଜିଲ୍ଲାରୁ ୨୪ ଜଣ ଚାଷୀ ଚୟନ ହୋଇ ଭୁବନେଶ୍ୱର ଯାଇଥିଲେ । ଜିଲ୍ଲାରେ ୭୫ ଗୋଟି ପେକ୍ସ ମଧ୍ୟରୁ ୬୫ଟି ପେକ୍ସରେ ଜନସେବା କେନ୍ଦ୍ର କାର୍ଯ୍ୟକାରୀ ହୋଇସାରିଛି । ଜିଲ୍ଲାରେ ସମୁଦାୟ ୯୧ ଗୋଟି ମଣ୍ଡି ରହିଛି । ଏହି କାର୍ଯ୍ୟକ୍ରମକୁ ଡିଆର୍‌ସିଏସ୍‌ ଭବାନୀ ଶଙ୍କର ଦାସ ଆୟୋଜନ କରିଥିବା ବେଳେ ଏଆର୍‌ସିଏସ୍‌ ନାରାୟଣ ସେଠୀ ସହଯୋଗ କରିଥିଲେ ।

Leave A Reply

Your email address will not be published.