jayashree

ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ବାମନ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶ୍ରୀ ନୃସିଂହ ମନ୍ଦିର ବଲାଙ୍ଗିର ପ୍ରାଙ୍ଗଣେ ଜିଲ୍ଲା ବ୍ରାହ୍ମଣ ମହାସଭା, ବଲାଙ୍ଗିର ଦ୍ୱାରା ଭଗବାନ ବାମନଙ୍କ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଜୟ ବିହାରୀ ବେଦବାକ ସପତ୍ନୀଙ୍କ କର୍ତ୍ତାକର୍ତ୍ତୀତ୍ୱରେ ତଥା ପଣ୍ଡିତ ଲକ୍ଷ୍ମୀପ୍ରସାଦ ଚାନ୍ଦ ଏବଂ ବ୍ରହ୍ମଶ୍ରୀ ଗିରିଧାରୀ ଶତପଥୀଙ୍କ ପୂଜାକାର୍ଯ୍ୟ ସମହିତ ଏହି ଜନ୍ମୋତ୍ସବରେ ମହାସଭାର ସଂପାଦକ ଶ୍ୟାମ ସୁନ୍ଦର ଦାଶ, ଶ୍ରୀମତ୍‌ ଭାଗବତ ମହାପୁରାଣ ଅଷ୍ଟମ ସ୍କନ୍ଦ ଅଷ୍ଟାଦଶ ଅଧ୍ୟାୟ ବାମନ ଜନ୍ମ ଉପାଖ୍ୟାନ ପଠନ କରିଥିବା ବେଳେ ବିଶିଷ୍ଠ ଉପଦେଷ୍ଟା ଅଧ୍ୟାପକ ସତ୍ୟବନ୍ତ ବେଦାକ, ଗୋପବନ୍ଧୁ ପୁରୋହିତ, ଉପସଭାପତି ବିଶ୍ୱନାଥ ମିଶ୍ର, କୋଷାଧ୍ୟକ୍ଷ ପଂଚାନନ ବେଦବାକ, କାର୍ଯ୍ୟକାରୀ ସଭ୍ୟ କବିରାଜ ହୋତା, ଅଶୋକ ମିଶ୍ର, ଜଗନ୍ନାଥ ଷଡଙ୍ଗୀ, ସରୋଜ କୁମାର ବେହେରା, ଗୀତାଞ୍ଜଳି ବେହେରା, ଗୋବିନ୍ଦ ଚନ୍ଦ୍ର ମିଶ୍ର, ରମେଶ ଚନ୍ଦ୍ର ନାଥ, ପୁରୁଷୋତ୍ତମ ପଣ୍ଡା, ଡ. ଗୋପାଳକୃଷ୍ଣ ମିଶ୍ର, ବିରଂଚି ନାରାୟଣ ତ୍ରିପାଠୀ, ଗୋବର୍ଦ୍ଧନ ଶତପଥୀ, ସାଧନା ପଣ୍ଡା, ଲଳିତା ଦାଶ, ଯୁଧିଷ୍ଠିର ପଣ୍ଡା, ପ୍ରଦୀପ ଖମାରୀ, ଆଶୁତୋଷ ମିଶ୍ର, ରାମଶଙ୍କର ଶତପଥୀ, ରାଜ କିଶୋର ଦାଶ ପ୍ରମୁଖ ଅନେକ ସଦସ୍ୟ ଭାଗବତ ପଠନରେ ଯୋଗଦାନ କରିଥିଲେ । ପରିଶେଷରେ କର୍ତ୍ତାକର୍ତ୍ତୀଙ୍କ ଦ୍ୱାରା ଘୃତାହୁତି ଯଜ୍ଞ ସମ୍ପନ୍ନ ହେବା ସହ ସମବେତ ଆରତୀ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ଉତ୍ସବ ସମାପନ ହେଲା । ଆସନ୍ତା ତା.୨୬.୦୯.୨୦୨୬ ଘ.୬ ସମୟରେ ଶ୍ରୀ ନୃସିଂହ ବନ୍ଧଘାଟରେ ପ୍ରସ୍ତାବିତ ଗଙ୍ଗା ଆରତିରେ ଯୋଗଦାନ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଗଲା ।

Leave A Reply

Your email address will not be published.