jayashree

ଡେଲାଙ୍ଗ ବ୍ଲକ୍‌ରେ ଶିକ୍ଷକମାନଙ୍କୁ ବିଷୟ ଭିତ୍ତିକ ତାଲିମ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନ୍ୟାନ୍ୟ ଶିକ୍ଷା ବିକାଶ କାର୍ଯ୍ୟକ୍ରମ ୩.୦ ପୁରୀ ଜିଲ୍ଲା ସମସ୍ତ ବ୍ଳକ୍‌ରେ ଦ୍ରୁତଗତିରେ ବିକଶିତ ହେଉଥିବା ବେଳେ ଆଜି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ଶିକ୍ଷା ଅଧିକାରୀ ପୀତବାସ ସେଠୀଙ୍କ ନେତୃତ୍ୱରେ ମାତୃଭାଷା ବିଷୟ ସମ୍ବନ୍ଧରେ ୨୩ ଗୋଟି ଉଚ୍ଚ ବିଦ୍ୟାଳୟର ସମସ୍ତ ମାତୃଭାଷା ବିଷୟ ଶିକ୍ଷକମାନଙ୍କୁ ଦକ୍ଷ ଶିକ୍ଷକ ସନ୍ତୋଷ କୁମାର କୁଣ୍ଡୁ, ପ୍ରମୋଦ କୁମାର ପଣ୍ଡା ଓ ସର୍ବେଶ୍ୱର ବେହେରା ଉତ୍କୃଷ୍ଟ ପ୍ରଶିକ୍ଷଣ ପ୍ରଦାନ କରି ବିଦ୍ୟାର୍ଥୀ ମାନଙ୍କ ନିମନ୍ତେ ଅନେକ ଯୁଗୋପଯୋଗୀ ଆବଶ୍ୟକୀୟ ତଥ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ ସମସ୍ତ ସୁବିଧା ସୁଯୋଗର ବ୍ୟବସ୍ଥା ଆୟୋଜନ କରିଥିବା ବେଳେ ଡେଲାଙ୍ଗ ବ୍ଲକ ଦାୟିତ୍ୱରେ ଥିବା ଜିଲ୍ଲା ନୋଡାଲ ଅଫିସର ପୂର୍ଣ୍ଣଚନ୍ଦ୍ର ସାହୁ ଉତ୍ତମ ପରିଚାଳନା କରିଥିଲେ ।

Leave A Reply

Your email address will not be published.