jayashree

ଜିଲ୍ଲା ଶିକ୍ଷାଧୀଶ ମାଧବ ମହାନନ୍ଦଙ୍କ ସ୍ମୃତିସଭା ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସ୍ଥାନୀୟ ଶ୍ରୀହରି ଭବନ ଠାରେ ଆଦର୍ଶ ଶିକ୍ଷକ ତଥା ଜିଲ୍ଲା ଶିକ୍ଷାଧୀଶ ସ୍ୱର୍ଗତ ମାଧବ ମହାନନ୍ଦଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ତଥା ଆଖପାଖ ଅଞ୍ଚଳର ଛାତ୍ର ଓ ଶୁଭେଚ୍ଛୁବୃନ୍ଦଙ୍କ ସହଯୋଗରେ ଆୟୋଜିତ ସଭାରେ ବରିଷ୍ଠ ଶିକ୍ଷକ ଈଶ୍ୱର ଚନ୍ଦ୍ର ଖମାରୀ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ତାପରେ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଛାତ୍ର ବିରଞ୍ଚି ନାରାୟଣ ଦାଶଙ୍କ ପରିଚାଳନାରେ ରାମଚନ୍ଦ୍ର ସାହୁ, ଯୋଗୀନ୍ଦ୍ର ମହାନନ୍ଦ, ନିରଞ୍ଜନ ଜୈନ, ଅଶୋକ ଛାପଡିଆ, ସଞ୍ଜୟ ଖଣ୍ଡେଲବାଲ, ଚୁଡାମଣି ବେହେରା, କିଶୋର ଡାଲମିଆ, ଅନୀଲ ଜୈନ, ସୂର୍ଯ୍ୟକାନ୍ତ ରଣା, ହେରମ୍ବ ବାଗ, ରମେଶ ମହାନନ୍ଦ, ରତୀନ୍ଦ୍ର ରାଏ, ବେଦବ୍ୟାସ ନାଗ, ରାଜେନ୍ଦ୍ର ବେହେରା, ଅମଜଦ ଖାନ, ନରେନ୍ଦ୍ର ସୁନା, ଅଗସ୍ତି ସୁନା, କିଶୋର ବରିହା, ନିଶିକାନ୍ତ ମହାପାତ୍ର, ପାର୍ଥବ ମହାନନ୍ଦ, ସୁଧାଂଶୁ ମହାନନ୍ଦ, ଲକ୍ଷ୍ମୀକାନ୍ତ ମହାନନ୍ଦ, ନାରାୟଣ ମହାନନ୍ଦ, ଛୋଟୁସିଂ ସାଲୁଜା, ନରୋତ୍ତମ ମହାନନ୍ଦଙ୍କ ସମେତ ଅନେକ ଛାତ୍ରବୃନ୍ଦ ତଥା ପରିବାର ବର୍ଗ ସ୍ମୃତି ଚାରଣ କରିଥିଲେ ।

Leave A Reply

Your email address will not be published.