
ଆଗଲପୁର, (କେପିଏନ୍ଏସ୍) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ଆଜି ଆଗଲପୁର ବ୍ଲକ ସ୍ତରୀୟ ଯୁବ କନକ୍ଲେବ ‘ବେଟି ବଚାଓ, ବେଟି ପଢାଓ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅନ୍ତର୍ଯ୍ୟାମୀ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆଗଲପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାଶ, ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ମିଶ୍ର, ଆଗଲପୁର ଥାନାର ସହ ଅଧିକାରୀ ଦୀପ୍ତିମୟୀ ଶତପଥୀ, ରୋତ ପଞ୍ଚାୟତର ସମିତି ସଭ୍ୟ କମଲ ସେଠ ପ୍ରଭୃତି ଅତିଥି ଭାବରେ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଆୟୋଜିତ କୁଇଜ ପ୍ରତିଯୋଗିତାରେ ଦୀପକ ସାହୁ, ଶୁଭମ୍ ସାହୁ, ସୁମିତ ସାହୁ, ବିତର୍କରେ ଆକାଂକ୍ଷା ପ୍ରିୟଦର୍ଶନୀ ନାଏକ, ବବଲୁ ସାହୁ, ଛତ୍ରପତି ବେହେରା, ପୋଷ୍ଟର ତିଆରିରେ ଅଲିଶା ପଟେଲ, ମୋତି ରଂଜନ ମୁଣ୍ଡା, ସଦାନନ୍ଦ ମେହେର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଲୋକ ନାଟକ ଛାତ୍ର ଦଳରେ ଚନ୍ଦ୍ରମଣି ସାହୁ, ଅଙ୍କିତ ସାହୁ, ଶୁଭମ ସାହୁ ଓ ଛାତ୍ରୀ ଦଳରେ ସୁପ୍ରିୟା ମେହେର, ଶିବାନୀ ତ୍ରିପାଠୀ, ଝୁମି ପଟେଲ, ଜସ୍ମିତା ପଧାନ, ସୋନାଲି ତାଣ୍ଡି ଓ ସୁଜାତା ସାହୁ ପ୍ରଭୃତି ଅଭିନୟ କରି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ସଭାକୁ ଅଧ୍ୟାପକ ଆର୍ଯ୍ୟେନ୍ଦୁ କୁମାର ମେହେର ସଂଯୋଜନା କରିଥିବା ବେଳେ ଅଧ୍ୟାପକ ମାନସ ରଞ୍ଜନ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ଦୈତାରି ଶବର, ଅଧ୍ୟାପକ ନୀଳାମ୍ବର ବାରିକ ଓ ଅଧ୍ୟାପକ ସୋମନାଥ ପଧାନଙ୍କ ସମେତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ବିଶେଷ ସହଯୋଗ କରିଥିଲେ ।