jayashree

ନୃସିଂହନାଥ ପୀଠରେ ଅଖିଳ ଭାରତୀୟ ଗୋଣ୍ତୱାନା ଗୋଣ୍ତ ସମାଜ ପକ୍ଷରୁ ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ

  • ନୂତନ ରାଜ୍ୟ କମିଟିର ଶପଥ ପାଠ, ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଓଡ଼ିଶା ଶାଖା ପକ୍ଷରୁ ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରବିବାର ପାଇକମାଲ ସ୍ଥିତ ପବିତ୍ର ନୃସିଂହନାଥ ପୀଠର ଆଇଓସିଏଲ୍ ଧର୍ମଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି, ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ସମ୍ମାନିତ ଅତିଥି ଏବଂ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହ ରମେଶ ଚନ୍ଦ୍ର ସାଏ, ଖାମସିଂହ ମାଝୀ, ସୁକାନ୍ତବାଳା ନାୟକ, ଦମୟନ୍ତୀ ନାୟକ, ହୋମସିଂହ ମାଝୀ, ଗୋବର୍ଦ୍ଧନ ଭୋଏ, ବଲ୍ଲଭ ମାଝୀଙ୍କ ସମେତ ମହାସଭାର ବହୁ ପଦାଧିକାରୀ ଯୋଗ ଦେଇଥିଲେ । ଏହି ଅବସରରେ ପାଇକମାଳ ବିଡିଓ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ନାଏକ ଓ ବରଗଡ଼ ସାଂସଦ ଶ୍ରୀ ପୁରୋହିତଙ୍କୁ ଉପଢୌକନ ଓ ଚାରା ପ୍ରଦାନ କରି ସମ୍ମାନିତ କରିଥିଲେ । ବିଶିଷ୍ଟ ଜ୍ୟୋତିଷ ତଥା ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ଗଜରାଜ ପୁଟାଙ୍କୁ ସମ୍ମାନିତ କରାଯାଇଥିଲା । ନିଟ୍‌ ଓ ଓଜେଇଇରେ ସଫଳତା ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇ ପ୍ରତ୍ୟେକ ବ୍ଲକରେ ସମାଜ ପାଇଁ ଭବନ ନିର୍ମାଣ ସହ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାଏକ ପ୍ରତିଶ୍ରୁତି ଦେଇଥିଲେ । ପରେ ନୂତନ ରାଜ୍ୟ କମିଟିର ସଭାପତି ଭାବେ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ସମେତ ରାଜ୍ୟ କମିଟିର ପଦାଧିକାରୀ ମାନଙ୍କ ଶପଥ ପାଠ କରାଯାଇଥିଲା । ଏଥିସହ ବରଗଡ଼ ଜିଲ୍ଲାର ନୂତନ କମିଟିର ମଧ୍ୟ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଗଜରାଜ ସିଂ ପୁଟା, ଜଗଦେବ ଧରୁଆ, ଦୁର୍ଯ୍ୟୋଧନ ପୁଟା, ଚୈତୁ ସିଂ ଦାଉ, ଅଶ୍ୱିନୀ ଧରୁଆ, ରମେଶ ଜଗତ, ଭୋଳାନାଥ ଜଗତ, ଶୁକଦେବ ମାଝୀ, ଜଗନ୍ନାଥ ପୁଟା, ରୂପଧର ନାୟକ, କ୍ଷିତାରାଜ ଗଏତା, କମଳ ଲୋଚନ ଭୋଇ, ଜୟ ସିଂ ଦାଉ ଓ ନରସିଂହ ଧରୁଆ ପ୍ରମୁଖ ସହଯୋଗ କରିଥିଲେ । ମଞ୍ଚ ପରିଚାଳନାରେ ପ୍ୟାରୀମୋହନ ନାଏକ ଓ ମୀନକେତନ ମାଝୀ ସହଯୋଗ କରିଥିଲେ । ଶେଷରେ ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.