jayashree

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ : ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ନବସାକ୍ଷରଙ୍କ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ବ୍ଲକର ସମସ୍ତ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକରେ ଚିହ୍ନଟ କରାଯାଇଥିବା ନବସାକ୍ଷରଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ମୋଟ ୨୦୯୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ପୁରୁଷ ପରୀକ୍ଷାର୍ଥୀ ୮୮୫ ଓ ମହିଳା ପରୀକ୍ଷାର୍ଥୀ ୧୨୧୧ ଜଣ ରହିଥିବା ଜଣାଯାଇଛି । ଏଥିରେ ପର୍ଯ୍ୟବେକ୍ଷକ ଭାବେ ବଲାଙ୍ଗିର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା, ଲୋଇସିଂହା ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଭୁଏ, ସହ ଶିକ୍ଷା ଅଧିକାରୀ ରୁଦ୍ରଦେବ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ବ୍ଲକର ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପରିଦର୍ଶନ କରି ତଦାରଖ କରିଥିଲେ । ନବସାକ୍ଷର ମାନେ ଉତ୍ସାହିତ ହୋଇ ପରୀକ୍ଷା କେନ୍ଦ୍ରକୁ ଆସିଥିଲେ । ବ୍ଲକର ସମସ୍ତ ସିଆରସିସି, ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ସ୍ୱେଛାସେବୀ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.