
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟର ସ୍ତରୀୟ ସେବା ସଙ୍କଳ୍ପ ଅଭିଯାନ ପାଳନ ଅବସରରେ ପିଏମଶ୍ରୀ ଚଟୁଅନକା ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ତତ୍ତ୍ୱାବଧାନରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତଦାରଖରେ ଷୋହଳଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପୁରସ୍କାର ବିତରଣ ସଭାରେ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର କୁଅଁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସେବା ସଙ୍କଳ୍ପ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଶ୍ରୀ ଦାଶ ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟ ମାଧ୍ୟମରେ ଜଣେଇଥିଲେ । ତିନୋଟି ସ୍ତରରେ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ସରସ୍ୱତୀ ମାଝୀ, ପୁନମ ଦାସ, ବୃନ୍ଦାବତୀ ଘିଭେଲା, ଦିଲେଶ୍ୱର ସମରଥ, ବୈଶାଳୀ ଭାଟି, ଉମାଦେଈ ମାଝୀ, ଅନୁପମା ମାଝୀ, ଟିକେଶ୍ୱରୀ ରଣା, ନରସିମା ମହଲା ଓ ବକ୍ତୃତାର ସୁବାଷ ପନିକା, ନିଖିଳ ବେହେରା, ପ୍ରିୟାଂଶୀ ବନଛୋର, ଶ୍ରାବଣୀ ବିଭାର, ଗୁଞ୍ଜନ ସୁନା, ରଞ୍ଜିତା ବାଗ, ସୁମତୀ ସୁନା, ରଙ୍କିତ ଦାସ, ରୋହନ ମହତଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଚୁଡାମଣି ବେହେରା କୃଷ୍ଣଚନ୍ଦ୍ର ପଣ୍ଡା, ସତ୍ୟ ଧରୁଆ, ସୌରଭ ବେହେରା, ସୁଶାନ୍ତ ମାଝୀ, ରାଜେନ୍ଦ୍ର ଦଣ୍ଡସେନା, ନରହରି ମେହେର, ଅମରକାନ୍ତ ବେହେରା, ଶମ୍ଭୁପ୍ରସାଦ ବିଶି, ବିଜୟ କୁମାର ତାଣ୍ଡୀ, ଅନୁସୂୟା ଶବର, କିଶୋର ବରିହା, ବିବେକାନନ୍ଦ ରାଏ, ଶ୍ୱେତା ବାଗ, ପୁଷ୍ପାଞ୍ଜଳି ମହାପାତ୍ର ସହଯୋଗ କରିଥିଲେ । କ୍ଲଷ୍ଟର ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଶ୍ରୀ ଦାଶ ଘୋଷଣା କରିଥିଲେ ।