jayashree

ବଲାଙ୍ଗିର ସହର ଭିତରେ ପୁଣି ଚାଲିଲା ପ୍ରଶାସନର ବୁଲଡୋଜର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ପୁଣି ଚାଲିଲା ପ୍ରଶାସନର ବୁଲଡୋଜର୍‌ । ଦୀର୍ଘଦିନର ଜବରଦଖଲ ହଟିଲା । ବଲାଙ୍ଗିର ପୌର ପ୍ରଶାସନ ନେଲା କଡ଼ା ପଦକ୍ଷେପ । ବଲାଙ୍ଗିର ସହର ଭିତରେ ନୃସିଂହ ମନ୍ଦିର ଦେଇ ବ୍ରାହ୍ମଣପଡ଼ା ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ରହିଥିବା ଛୋଟ ଛୋଟ ଦୋକନ ଗୁଡ଼ିକୁ ଆଜି ବୁଲଡୋଜର ଲଗାଇ ଭଙ୍ଗାଯାଇଥିବା ଦେଖିବାକୁ ମିଳିଛି । ଜବରଦଖଲ ଉଚ୍ଛେଦ ସ୍ଥଳରେ ବଲାଙ୍ଗିର ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟତଦାରଖ କରିଥିଲେ । ତେବେ ଦୀର୍ଘ ବର୍ଷ ଧରି ଏହି ଜବରଦଖଲ ସ୍ଥାନରେ ଛୋଟମୋଟ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଦୋକାନୀ ମାନଙ୍କ ପାଇଁ ପୌରପ୍ରଶାସନ କ’ଣ ଥଇଥାନ ବ୍ୟବସ୍ଥା କରିଛି, ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.