
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର କଦଳୀମୁଣ୍ଡା ନର୍ସରୀରେ୧୫୦ରୁ ଅଧିକ ବରିଷ୍ଠ ଓକିଲ ମାନଙ୍କୁ ନେଇ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଓକିଲ ସଞ୍ଜୟ କୁମାର ରଥ, ରୁଦ୍ର ଥନାପତି, ସୁରେନ୍ଦ୍ର କୁମାର ମିଶ୍ର, ଗୋବିନ୍ଦ ମହାନ୍ତି ତଥା ସଞ୍ଜିବ କୁମାର ହୋତାଙ୍କ ଦ୍ୱାରା ଆଦୃତ କରାଯାଇ କବିତା ଆସର ସଙ୍ଗୀତ ଗାନ ତଥା ବଲାଙ୍ଗିର ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକାର କ୍ରାଇମକୁ କିପରି ପ୍ରତିହତ କରାଯାଇ ପାରିବ ତହିଁର ବିସ୍ତୃତ ଆଲୋଚନା କରାଯାଇଥିଲା । ଓକିଲ ସୁକାନ୍ତ ବାଗଙ୍କ ଦ୍ୱାରା ଆଲୋଚନା କାର୍ଯ୍ୟକ୍ରମ ପରିଚାଳିତ କରାଯାଇ ସମସ୍ତ ଓକିଲ ମାନଙ୍କର ଯୋଗଦାନ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଭାଇଚାରାର ପର୍ବ ନୂଆଁଖାଇ ଭେଟଘାଟକୁ ବିଗତ ଦିନରେ ଆହୁରି ବିସ୍ତାର ରୂପରେ ପାଳନ କରିବା ପାଇଁ ପ୍ରସ୍ତାବ ଦେବା ସଙ୍ଗେ ସଙ୍ଗେ ମତବ୍ୟକ୍ତ କରିଥିଲେ ।