
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାନ୍ଦୁପଲା କ୍ଲଷ୍ଟର ଅନ୍ତର୍ଗତ ଲେତେରମାଲ, ଚଲକି, ଖୁଜେନପାଲି, ଅନ୍ତର୍ଲା, ସରଗୁଲ, ଭଣ୍ଡାରବାଞ୍ଜି, ସନ୍ଧିବାହାଲି, ବାନ୍ଦୁପଲା, ହୀରାପୁର, ଜଇଁତରା, ନୂଆପଡା, ଜାମିଲିଶର, ବାଙ୍କେଲ, କର୍ଲା, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଭାରତ ସରକାରଙ୍କ ପ୍ରାୟୋଜିତ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) ମାଧ୍ୟମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଭାରତରୁ ନିରକ୍ଷର ଦୂର କରି ସମସ୍ତଙ୍କୁ ସାକ୍ଷର କରିବା ଦିଗରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା, ବିଭାଗ, ଭାରତ ସରକାରଙ୍କ ପକ୍ଷରୁ ଏହି ଅଭିନବ ପଦକ୍ଷେପ ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ସକାଳ ୯ ଘଣ୍ଟାରୁ ଅପରାହ୍ନ ୫ଘଣ୍ଟା ପର୍ଯ୍ୟନ୍ତ ବାନ୍ଦୁପଲା କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ପ୍ରାୟ ୩୦୩ ଜଣ ଶିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସମସ୍ତ ବିଦ୍ୟାଳୟର ଶିକ୍ଷକମାନେ ଏହି ପରୀକ୍ଷା ପରିଚାଳନା କରିଥିବା ବେଳେ ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ମାଝୀ ଓ ସିଆର୍ସିସି ଲିଲୁ ମୋହନ ପଧାନ ତଦାରଖ ଦାୟିତ୍ୱରେ ରହିଥିଲେ ।