jayashree

ଦିଲ୍ଲୀପ ବହିଦାରଙ୍କ ତୃତୀୟ ବାର୍ଷିକ ଶ୍ରାଦ୍ଧ ଅବସରରେ ତ୍ରିଭକ୍ତି ଧାରା ଓ ବିବିଧା କବିତା ପୁସ୍ତକ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଓ ସାମାଜିକ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଆୟୋଜିତ ସାରସ୍ୱତ ସମାରୋହରେ କବିୟିତ୍ରୀ ଅମ୍ବିକା ଦାନୀଙ୍କର ଦୁଇ ଗୋଟି ପୁସ୍ତକ ତ୍ରିଭକ୍ତିଧାରା ଓ ବିବିଧା ଉନ୍ମୋଚନ କରାଯାଇଛି । ଏ ଅବସରରେ ରାଧାକୃଷ୍ଣ ମନ୍ଦିରରେ ଆୟୋଜିତ ସଭାରେ ସଂଗଠନର ଉପସଭାପତି ମଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ଡ. ପ୍ରେମଚାନ୍ଦ ମହାନ୍ତି ମୁଖ୍ୟବକ୍ତା ଭାବରେ ଯୋଗ ଦେଇ କବିତା ଓ ଗପ ଲେଖିବା ସାଧାରଣ କଥା ନୁହେଁ ଏହା ମା’ ସାରଦାଙ୍କ ଆଶିର୍ବାଦ ଦ୍ୱାରା ସମ୍ଭବ ହୋଇଥାଏ ଏବଂ କବିଙ୍କ ହୃଦୟରେ ଭାବନାର ଝରଣା ଝରି ଯାଉଥାଏ, ତାକୁ କବି ଶବ୍ଦ ଓ ପଦରେ ଯୋଡି ପାରିଲେ ଯାଇ କବିତାଟିଏ କି ଲେଖକଟିଏ ହେବା ସଂଭବ ବୋଲି ମତବ୍ୟକ୍ତ କରିଥିଲେ । ସଭା ଆରମ୍ଭରେ ମା’ ସାରଦା ଓ କବୟିତ୍ରୀଙ୍କ ସ୍ୱାମୀ ଦିଲ୍ଲୀପ ବହିଦାରଙ୍କ ଫଟୋକୃତୀରେ ମାଲ୍ୟାର୍ପଣ କରାଯାଇଥିଲା । ଶ୍ରୀମତୀ ଦାନୀ ମା’ ସାରଦାଙ୍କ ଭଜନ ଗାନ କରିଥିଲେ । କବି ରତ୍ନମୟ ତ୍ରିପାଠୀ ଅତିଥିମାନଙ୍କ ପରିଚୟ, କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ପୁସ୍ତକ ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜ୍ୟୋତିର୍ମୟୀ ତ୍ରିପାଠୀ, କବିତା ମିଶ୍ର, କପିଳ ପତି, ଜୟରାମ ମିଶ୍ର, ସନ୍ଦୀପ କୁମାର ବହିଦାର, ସମୀପ କୁମାର ବହିଦାର, ସଚ୍ଚିଦାନନ୍ଦ ପଟ୍ଟନାୟକ, ସୂର୍ଯ୍ୟ କୁମାର ବହିଦାର, ବରୁଣ କୁମାର ବହିଦାର, ଆଦ୍ୟାଶକ୍ତି ନାରୀ ସଂଗଠନ ଓ ପୂଜ୍ୟପୂଜା ସେବା ସଂଗଠନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ଶେଷରେ ନିହାରିକା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.