
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଦୁଇଦିନ ଧରି ଚାଲିଥିବା ତୁରେକେଲା ବ୍ଲକ ବିଦ୍ୟାଳୟସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଆଦିବାସୀ ହାଇସ୍କୁଲ, ଜାମୁଟଝୁଲା ପରିସରରେ ଉଦ୍ଯାପିତ ହୋଇଯାଇଛି । ୧୪ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକାମାନଙ୍କୁ ନେଇ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ପଟ୍ଟନାୟକ, ସଂଗଠନ ସମ୍ପାଦକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତୁରେକେଲା ବିଇଓ ଶାନ୍ତନୁ କୁମାର ପଢ଼ିହାରୀ ସଭାପତି, ସୁରେଶ ମହାନ୍ତି ମୁଖ୍ୟ ଅତିଥି, ହିଆଁଲ କ୍ଲଷ୍ଟର ସିଆର୍ସିସି ବିରଞ୍ଚି ନାରାୟଣ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଅଧ୍ୟାପକ ଦେବେନ୍ଦ୍ର ପଣ୍ଡା, ପ୍ରଧାନଶିକ୍ଷକ ଯୁଧିଷ୍ଠିର ଭରାସଗ୍ରିଆ, ପ୍ରତାପ ଚନ୍ଦ୍ର କୁଅଁର, ସିଆର୍ସିସି ଧନସିଂ ମାଝୀ, ଅନୁପ କୁମାର ଦାଶ, କ୍ରୀଡ଼ା ଶିକ୍ଷକ କୃଷ୍ଣଚନ୍ଦ୍ର ବାରିକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବିଏସ୍ଏସ୍ଏ ସଂପାଦକ ଶୁଭେନ୍ଦ୍ର କୁମାର ମହାନ୍ତି ସଭା ପରିଚାଳନା କରିଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାକୁ ତୁରେକେଲା ବ୍ଲକର ସମସ୍ତ କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ । ସଫଳ ପ୍ରତିଯୋଗୀମାନେ ଆସନ୍ତା ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ପାଟଣାଗଡ଼ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ବ୍ଲକ ସେକ୍ରେଟାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଏଥିରେ ରାଜେନ୍ଦ୍ର ସେଠ, ରାଜେନ୍ଦ୍ର ଧରୁଆ, ଅମିତ ପାଣିଗ୍ରାହୀ, ମନୋଜ ମହାପାତ୍ର, ସୁଶାନ୍ତ ରାଉତ, ନିକିତା ସେଠ, ଆନନ୍ଦ ମିର୍ଦ୍ଧା ଆଦି ସହଯୋଗ କରିଥିଲେ ।