
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ତରୀୟ ସଂସ୍କୃତ ଉତ୍ସବ ଝିଟିକି ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମୁନିଇକେଲ ଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ସଂସ୍କୃତ ଶିକ୍ଷକ ସଙ୍ଘର ସଭାପତି ରମାଇଁ ଚରଣ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଏବିଓ ରାଧେଶ୍ୟାମ ମେହେର ଯୋଗ ଦେଇଥିଲେ । ଦୟାସାଗର ସାହୁ ସଭା ପରିଚାଳନା କରିଥିଲେ । ମୁଖ୍ୟଵକ୍ତା ଭାବେ ବେଦ ପ୍ରକାଶ ଶାସ୍ତ୍ରୀ, ବିଶିଷ୍ଟ ଅତିଥି ଭାବେ ସୁରେଶ ଚୌହାନ, ସମ୍ମାନିତ ଅତିଥି ଭାବେ ଭବାନୀଶଙ୍କର ଭୋଇ, ଅଶ୍ୱିନୀ ସାହୁ, ଅଗସ୍ତି ପ୍ରଧାନ, ବୃନ୍ଦାବନ ଠେଠୁଆର ଯୋଗ ଦେଇ ସଂସ୍କୃତ ଶିକ୍ଷା ଉପରେ ଆଲୋକପାତ କରିଥିଲେ । ଅବସର ପ୍ରାପ୍ତ ଶିକ୍ଷକ ହରିହର ସାହୁ ଓ ଗୋଲକ ବିହାରୀ ସାହୁଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଶେଷରେ ଛେତେଗାଁ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଲିଙ୍ଗରାଜ ସାହୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ପ୍ରମୋଦ ପ୍ରଧାନ, ଚୂଡ଼ାମଣି ହଂସ, ପଦ୍ମନ ଲଇ, ଦୀନବନ୍ଧୁ ବେହେରା, କଳ୍ପନା ସାହୁ, ଅନିତା ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ ।