
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଗାଡି ଧକ୍କାରେ ୨ ମୃତ । କ୍ଷତିପୂରଣ ଦାବି ନେଇ ରାସ୍ତା ଅବରୋଧ । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା–ସିନ୍ଧେକେଲା ରାସ୍ତାର କନାବିରା ଗାଁ ନିକଟରେ ଗତକାଲି ରାତିରେ ବାହାବଲ ଗାଁର କେଦାର ବାଗ ଓ ଦୁଷ୍ମନ୍ତ ହଂସ ଏକ ବାଇକ୍ରେ ଯାଉଥିବା ସମୟରେ କନାବିରା ଗାଁ ନିକଟରେ ଏକ ପିକଅପ୍ ଭ୍ୟାନ୍ ସହ ଧକ୍କା ହୋଇଥିଲା । ଫଳରେ କେଦାର ବାଗ ଓ ଦୁଷ୍ମନ୍ତ ହଂସ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତ ଦେହକୁ ରାସ୍ତାରେ ରଖି ପରିବାର ଲୋକଙ୍କୁ କ୍ଷତିପୂରଣ ଓ ଦୁର୍ଘଟଣା କରିଥିବା ଗାଡି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ । ଏନେଇ ରାସ୍ତାରେ ମୃତ ଶରୀରକୁ ରଖି ରାସ୍ତାରେ ବସିଛନ୍ତି ପରିବାର ଲୋକେ । ରାସ୍ତାକୁ ଅବରୋଧ କରିଥିବାରୁ ବଙ୍ଗୋମୁଣ୍ଡା-ସିନ୍ଧେକେଲା ଯିବା ଆସିବା ଠପ ହୋଇପଡିଛି । ଗାଡିକୁ ପୋଲିସ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ମାରିଥିବା ଜଣାପଡିଛି । ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

