pr

୧୩ ବର୍ଷରେ ଧରଣୀପଡ଼ାର ଗଣେଶ ପୂଜା ମନମୋହୁଛି ଆକର୍ଷଣୀୟ ମେଢ଼

dr. purohit

ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଧରଣୀପଡ଼ା ଦ୍ୱାରା ମାର୍କେଟ କମ୍ପ୍ଲେକ୍ସ ପରିସରରେ ଶ୍ରୀ ଗଣେଶ ପୂଜା କମିଟି ପକ୍ଷରୁ ୧୩ତମ ଗଣେଶ ପୂଜା–୨୦୨୬ ଭକ୍ତି ଓ ଉତ୍ସାହର ସହ ଆୟୋଜିତ ହୋଇଯାଇଛି । ୭ ଦିନ ଏହି ପାର୍ବଣ ଅବସରରେ ପ୍ରତିଦିନ ବିଭିନ୍ନ ଧାର୍ମିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଭକ୍ତଙ୍କ ମନମୋହିଥିଲା । କମିଟି ସଭାପତି ସୁଧାଂଶୁ ଶେଖର ବଗର୍ତ୍ତୀ ସମ୍ପାଦକ ଧର୍ମେନ୍ଦ୍ର ମୁଣ୍ଡଛୀନା, ପୂଜକ ଅନିରୁଦ୍ଧ ପାଢ଼ୀ ପୂଜାର୍ଚ୍ଚନା କରୁଥିବା ବେଳେ କର୍ତ୍ତା ହରିଶ୍ଚନ୍ଦ୍ର ବଗର୍ତ୍ତୀଙ୍କ ଦ୍ୱାରା ଧାର୍ମିକ ବିଧିବିଧାନ ସମ୍ପନ୍ନ କରାଯାଉଛି । ଏହି ପୂଜା ଉତ୍ସବର ସଫଳ ଆୟୋଜନରେ ମୁଖ୍ୟ ସହଯୋଗୀ ଭାବେ ଶମ୍ଭୁ ବହୁକ, ଡୋଳାମଣି ଦଣ୍ଡସେନା, ବୀରେନ୍ଦ୍ର ବାହୁକ, ଜୟରାମ ମହାଳିକ, ସଂଜୀବ ପୂଝାରୀ, କ୍ଷୀରୋଦ୍ର ମୁଣ୍ଡଛୀନା, ଧୂବା ବଗର୍ତ୍ତୀ, ଉତ୍ତମ ପଧାନୀ, ଟିକିଡି ଦିଆରୀ, ପିୟୁଷ ବଗର୍ତ୍ତୀ ଓ ବିରାଟ ମୁଣ୍ଡଛିନା ପ୍ରମୁଖ ସହଯୋଗ କରିଥିବାବେଳେ, ୭୦ ଜଣ ସଦସ୍ୟଙ୍କ ସକ୍ରିୟ ଅଂଶଗ୍ରହଣ ଓ ସହାର୍ଯ୍ୟ କରିଥିଲେ । ଶୁକ୍ରବାର ସାଂସ୍କୃତିକ କାର୍ଯ୍ୟକ୍ରମରେ କର୍ଲାମୁଣ୍ଡାର ‘ମିକ୍ସଚର ରାମଲୀଳା’ ଏବଂ ମଦନପୁର ନରିଆପଡ଼ା ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଆକର୍ଷଣୀୟ ନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ମଦନପୁର ଓ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ କଳାପ୍ରେମୀଙ୍କ ଭିଡ ଜମିଥିଲା ।

nrusinghnath
Leave A Reply

Your email address will not be published.