pr

କଣ୍ଟାବାଞ୍ଜି ପ୍ରେସ କ୍ଲବର ନୂତନ କାର୍ଯ୍ୟକାରିଣୀ ଚୟନ

dr. purohit
  • ସଭାପତି ସୁରଦାସ ବାଗ, ସମ୍ପାଦକ ସୁଶାନ୍ତ ବେହେରା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ପ୍ରେସ କ୍ଲବର ଆଗାମୀ ଦୁଇ ବର୍ଷ ପାଇଁ ନୂତନ କାର୍ଯ୍ୟକାରିଣୀ ଚୟନ କରାଯାଇଛି । ନୂତନ ସଭାପତି ଭାବେ ସୁରଦାସ ବାଗ ଓ ସମ୍ପାଦକ ଭାବେ ସୁଶାନ୍ତ ବେହେରା ଦାୟିତ୍ୱ ନେବେ । ନିର୍ବାଚନ ଅଧିକାରୀ ଭାବେ ବିବେକ ଶର୍ମା ଦାୟିତ୍ୱ ତୁଲାଇଥିବା ବେଳେ ସୁରଦାସ ବାଗ ନିର୍ଦ୍ୱନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ ସାମ୍ବାଦିକ ମନୋଜ ଶର୍ମା ଓ ଅନିଲ ତ୍ରିପାଠୀ, ସହସମ୍ପାଦକ ଭାବେ ଦିନେଶ ଜୈନ ଓ ସୁବ୍ରତ ମହାକୁର, ଅଫିସ ସମ୍ପାଦକ ଭାବେ ବିଶିକେଶନ ମାଝି ଏବଂ କୋଷାଧ୍ୟକ୍ଷ ଭାବେ କମଲଜିତ ସିଂହ ମାଖିଜା (ହନି ଭାଇ) ଦାୟିତ୍ୱ ତୁଲାଇବେ । ସେହିପରି ପରାମର୍ଶଦାତା ଭାବେ ପୂର୍ବତନ ସଭାପତି ପ୍ରଭଜିତ ସିଂହ ସାଲୁଜା, ଆଶିଷ ଖଇତାନ, ଦୁର୍ଗାପ୍ରସାଦ ଗୁପ୍ତା, ଶ୍ରୀବତ୍ସ ବେହେରା ଓ ସୁବାସ ବେହେରା ରହିଛନ୍ତି । ଆଇନ ପରାମର୍ଶଦାତା ଭାବେ ବିବେକ ଶର୍ମା ଦାୟିତ୍ୱ ତୁଲାଇବେ । କ୍ଲବର ଅନ୍ୟ ସମସ୍ତ ସଦସ୍ୟ କାର୍ଯ୍ୟକାରୀ ସଦସ୍ୟ ଭାବେ ରହିବେ । ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଓ ଆଶୀର୍ବାଦ ଜଣାଇଥିବା କ୍ଲବର ସମସ୍ତ ସଦସ୍ୟ ଓ ଶୁଭେଚ୍ଛୁଙ୍କୁ ନବନିର୍ବାଚିତ ସଭାପତି ସୁରଦାସ ବାଗ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି । ସଦସ୍ୟମାନଙ୍କ ଆସ୍ଥା, ଭଲପାଇବା ଓ ଶୁଭକାମନା ତାଙ୍କ ପାଇଁ ପ୍ରେରଣା ସହ ଏକ ବଡ଼ ଦାୟିତ୍ୱ ବୋଲି ସେ କହିଛନ୍ତି । ଏକତା, ସ୍ୱଚ୍ଛତା ଓ ସାମୂହିକ ଦାୟିତ୍ୱକୁ ଆଧାର କରି କଣ୍ଟାବାଞ୍ଜି ପ୍ରେସ କ୍ଲବକୁ ଏକ ସୁଦୃଢ଼ ଓ ଆଦର୍ଶ ସାମ୍ବାଦିକ ସଂଗଠନ ଭାବେ ଗଢ଼ିତୋଳିବା ନୂତନ କାର୍ଯ୍ୟକାରିଣୀର ଲକ୍ଷ୍ୟ ରହିବ । ସାମ୍ବାଦିକତାର ମର୍ଯ୍ୟାଦା, ସାମ୍ବାଦିକଙ୍କ ସ୍ୱାର୍ଥ ଓ ଅଞ୍ଚଳର ସାମାଜିକ ଦାୟିତ୍ୱକୁ ଆଗରେ ରଖି ପ୍ରେସ କ୍ଲବକୁ ଆହୁରି ସୁଦୃଢ଼ ଓ ଗୌରବମୟ କରିବା ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସଭାପତି ଶ୍ରୀ ବାଗ କହିଛନ୍ତି । ଉଲ୍ଲେଖଯୋଗ୍ୟ, ପୂର୍ବତନ ସଭାପତି ପ୍ରଭଜିତ ସିଂହ ସାଲୁଜାଙ୍କ ସଭାପତିତ୍ୱରେ କଣ୍ଟାବାଞ୍ଜି ପ୍ରେସ କ୍ଲବ ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ କାର୍ଯ୍ୟକ୍ରମ ସହ ସାମ୍ବାଦିକ ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।

nrusinghnath
Leave A Reply

Your email address will not be published.