pr

‘ବେଟି ବଚାଓ, ବେଟି ପଢ଼ାଓ’ ନେଇ ବ୍ଲକ୍‌ସ୍ତରୀୟ ଯୁବ ସମ୍ମିଳନୀ

dr. purohit

ମହିମୁଣ୍ଡା, (କେପିଏନ୍‌ଏସ୍‌) : ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ “ବେଟି ବଚାଓ ବେଟି ପଢ଼ାଓ” ଯୋଜନା ଅଧୀନରେ ବ୍ଲକ୍ ସ୍ତରୀୟ ଯୁବ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । “ବେଟି ବଚାଓ ବେଟି ପଢ଼ାଓ” ବିଷୟକୁ ଆଧାର କରି ବକୃତା, ସାଧାରଣଜ୍ଞାନ, ପୋଷ୍ଟର୍ ତିଆରି ପ୍ରତିଯୋଗିତା ସହ ଛାତ୍ରଛାତ୍ରୀମାନେ ଫୋକ୍ ସୋ ଏବଂ ଏକାଙ୍କିକାରେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଦୁର୍ଯ୍ୟୋଧନ ପଧାନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ସାମ୍ପ୍ରତିକ ସମୟରେ ଝିଅଙ୍କ ସ୍ଥିତି ଉପରେ ବକ୍ତବ୍ୟ ରଖିଥିଲେ । ପୁଇଁତଲା ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସୁଷମା ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଝିଅଙ୍କ ଶିକ୍ଷା ଏବଂ ଅଧିକାର ଉପରେ ଗୁରୁତ୍ୱାରୋପ କରି ଛାତ୍ରଛାତ୍ରୀଙ୍କୁ ଏକ ପ୍ରେରଣାଦାୟୀ ବକ୍ତବ୍ୟ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଦ୍ୱୟ ତଥା କ୍ଷେତ୍ର ପର୍ଯ୍ୟବେକ୍ଷକ ଭାବରେ ଶ୍ରୀମତୀ କୁନି ନାଏକ, ଶ୍ରୀମତୀ ସଂଯୁକ୍ତା ବାବୁ ଯୋଗଦେଇ ଛାତ୍ରଛାତ୍ରୀଙ୍କ କାର୍ଯ୍ୟକ୍ରମକୁ ନିରୀକ୍ଷଣ କରିବା ସହିତ ବେଶ୍ ପ୍ରଂଶସା କରିଥିଲେ । “ବେଟି ବଚାଓ ବେଟି ପଢ଼ାଓ” ଉପରେ ସଚେତନ କରିବା ପାଇଁ ସମସ୍ତ ଅତିଥି, ମହିମୁଣ୍ଡା ଅଞ୍ଚଳର ବିଭିନ୍ନ ଅଙ୍ଗନୱାଡିର କର୍ମଚାରୀମାନଙ୍କ ସହିତ ଛାତ୍ରଛାତ୍ରୀମାନେ ଗାଁ ପରିକ୍ରମା କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଓଡ଼ିଆ ଅଧ୍ୟାପକ ଡ. ଜଗନ୍ନାଥ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

nrusinghnath
Leave A Reply

Your email address will not be published.