pr

ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ପାଇଲେ ଆନ୍ତର୍ଜାତୀୟ ‘ଗ୍ଲୋବାଲ ପାଥ୍‌ ଫାଇଣ୍ଡର୍ସ ଆୱାର୍ଡ’

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁରର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ ‘ଗ୍ଲୋବାଲ ପାଥ୍‌ ଫାଇଣ୍ଡର୍ସ ଆୱାର୍ଡ’ ଲାଭ କରି ମହାବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି । ସେ ସାର୍ଟିଫିକେଟ୍ ଇନ୍ ଫିନ୍‌ଟେକ୍ ଆଣ୍ଡ ଇନ୍‌ସୁରଟେକ୍ କାର୍ଯ୍ୟକ୍ରମର କୋହୋର୍ଟ-୨ରେ ଜଣେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଛାତ୍ରୀ ଭାବେ ମନୋନୀତ ହୋଇଛନ୍ତି । ଏହି ସଫଳତା ସ୍ୱରୂପ ତାଙ୍କୁ ସିଙ୍ଗାପୁର ଫିନ୍‌ଟେକ୍ ଫେଷ୍ଟିଭାଲ୍ ୨୦୨୬ରେ ଯୋଗଦେବା ପାଇଁ ଏକ ସମ୍ପୂର୍ଣ୍ଣ ପ୍ରାୟୋଜିତ ଯାତ୍ରାର ସୁଯୋଗ ମିଳିଛି । ନିକିତାଙ୍କ ଏହି ହୃଦୟସ୍ପର୍ଶୀ ଏବଂ ଗୁରୁତ୍ୱପୂର୍ଣ୍ଣ ସଫଳତାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦିଗମ୍ବର ଚାନ୍ଦ, ଶ୍ରୀମାନ ପ୍ରଦୀପ ପୁରୋହିତ, ସାଂସଦ, ବରଗଡ଼ ପ୍ରାଧ୍ୟାପକ ତାରାପ୍ରସାଦ ଶତପଥୀ, ପ୍ରଭାତ କୁମାର ମହାପାତ୍ର, ପ୍ରମୋଦ କୁମାର ତ୍ରିପାଠୀ, ସନ୍ତୋଷ କୁମାର ମିଶ୍ର, ସରୋଜ କୁମାର ନାଏକ, ନୋଡାଲ ଅଫିସର ଡ. ତୁଷାରକାନ୍ତ ସାହୁ ଏବଂ ରବୀନ୍ଦ୍ର କୁମାର ନାଏକଙ୍କ ସମେତ ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ ଓ ଅଧ୍ୟାପିକାମାନେ ଗଭୀର ଆନନ୍ଦ ପ୍ରକାଶ କରିବା ସହ ତାଙ୍କୁ ଭୂୟସୀ ପ୍ରଶଂସା ଓ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କର ଏହି ସଫଳତା ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପ୍ରେରଣା ଆଣିବ ବୋଲି ଆଶା କରାଯାଉଛି ।

nrusinghnath
Leave A Reply

Your email address will not be published.