jayashree

କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟରେ ବିଘ୍ନରାଜ ଗଣେଶଙ୍କ ପୂଜା ମହାସମାରୋହରେ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟରେ ବିଘ୍ନରାଜ ଶ୍ରୀଗଣେଶଙ୍କ ପୂଜା ମହାସମାରୋହରେ ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ନୂତନ ଏକାଡେମୀ କୋଠାର ଶ୍ରେଣୀକକ୍ଷ ପରିସରରେ ଏହି ପବିତ୍ର ପୂଜାର ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟ ସାଂସ୍କୃତିକ ସମିତି ପକ୍ଷରୁ ଆୟୋଜିତ ଏହି ପୂଜାରେ ଲକ୍ଷ୍ମଣ ବେହେରା, କରୁଣାକର ନାଏକ, ଡଃ. ନୀଳାମ୍ବର ସାରକା ଓ ମନୀଷ କୁମାର ମହାନ୍ତି ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ପୂଜାର କର୍ତ୍ତା ଭାବେ ବିଧାୟକ ଲକ୍ଷ୍ମଣ ବାଗ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ମନୋଜ ପଟ୍ଟନାୟକ ଓ ଯୁକ୍ତ ଦୁଇ ପ୍ରଭାରୀ ରାଜେଶ କୁମାର ମହାନ୍ତି ଦାୟିତ୍ୱ ତୁଲାଇଥିଲେ । ପୂଜକ ଭାବେ ସାମନ୍ତରାୟ ତ୍ରିପାଠୀ ପୂଜାବିଧି ସମ୍ପନ୍ନ କରିଥିଲେ । ପୂଜା ସକାଳ ୯ଟାରୁ ଆରମ୍ଭ ହୋଇଥିଲା । ବୈଦିକ ରୀତିନୀତି ଅନୁଯାୟୀ ଗଣେଶଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ ସମ୍ପନ୍ନ ହେବା ପରେ ପ୍ରାୟ ୧୧ଟା ସମୟରେ ସାମୂହିକ ପୁଷ୍ପାଞ୍ଜଳି ଦିଆଯାଇଥିଲା । ଏହାପରେ ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ଅଧ୍ୟାପିକା ପ୍ରଭାସିନୀ ରାଉତରାୟ, ଅଧ୍ୟାପକ ଯଶୋବନ୍ତ ନାରାୟଣ ମିଶ୍ର, ଶୁବେନ୍ଦୁ ନାଗ, ଅନିଲ ସେଠଙ୍କ ସମେତ ମହାବିଦ୍ୟାଳୟର ଅନେକ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ପୂଜାରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀ ଆଲୋକ, ଶାନୁର, ଶୁଭମ, ମୋହିତ, ଆନନ୍ଦ, ଜ୍ୟୋତି, ଗୀତିକା, ମନୀଷା, କବିତା, ମଧୁସ୍ମିତା ପ୍ରମୁଖ ପୂଜା ପରିଚାଳନାରେ ସହଯୋଗ କରିଥିଲେ । ବିଘ୍ନବିନାଶକ ଶ୍ରୀଗଣେଶଙ୍କ ଆଶୀର୍ବାଦରେ ମହାବିଦ୍ୟାଳୟର ଶିକ୍ଷା, ଶୃଙ୍ଖଳା ଓ ସାମଗ୍ରୀକ ବିକାଶ ଆହୁରି ସମୃଦ୍ଧ ହେଉ—ଏହି କାମନା ସହ ପୂଜା କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

Leave A Reply

Your email address will not be published.