jayashree

ରୋଟାରୀ କ୍ଲବ୍ ପକ୍ଷରୁ ରାଷ୍ଟ୍ର ନିର୍ମାତା ପୁରସ୍କାରରେ ୧୦ ଶିକ୍ଷକ ସମ୍ମାନିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ରୋଟାରୀ କ୍ଲବ ତରଫରୁ ଶନିବାର ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ ରାଷ୍ଟ୍ର ନିର୍ମାତା-୨୦୨୬ ପୁରସ୍କାରରେ ୧୦ଜଣ ଶିକ୍ଷକ ସମ୍ମାନିତ ହୋଇଛନ୍ତି । ରୋଟାରୀ ସଭାପତି ପ୍ରଫୁଲ କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକ ଯୋଗଦେଇ ଏହି ଦିବସର ମହତ୍ତ୍ୱ ପ୍ରତିପାଦନ କରି ପୁରସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶୁଭକାମନା କରି ପୁରସ୍କାରରେ ସମ୍ମାନିତ କରିଥିଲେ । ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରିଣୀ ସୁଶ୍ରୀ ସୁଚିତ୍ରା ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବିଦ୍ୟାର୍ଥୀଙ୍କ ଶିକ୍ଷା ପ୍ରତି ଗୁରୁଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରତିପାଦନ କରିଥିଲେ । ଶ୍ରୀମତୀ ରୀତା ରଥ, ସ୍ୱର୍ଣ୍ଣଲତା ପଟ୍ଟନାୟକ, ସୁଜାତା ସାହୁ, ସୁଦେଷ୍ଣା ବେହେରା, ସୁଶ୍ରୀ ବ୍ଲେସୀ ପ୍ରଧାନ, ରଶ୍ମିତା ମହାପାତ୍ର, ମଞ୍ଜୁଳା ରାଉଳ, ବିଷ୍ଣୁ ନାରାୟଣ ପଣ୍ଡା, ଚିନ୍ମୟୀ ପଣ୍ଡା ଓ ଆଲୋକ କୁମାର ସେଠୀ ପ୍ରମୁଖ ୧୦ ଜଣ ରାଷ୍ଟ୍ର ନିର୍ମାତାଙ୍କୁ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି । କ୍ଲବର ଉପ-ସଭାପତି ତଥା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ. ଅଜୟ କୁମାର ତ୍ରିପାଠୀ, କୋଷାଧ୍ୟକ୍ଷ ରୋଟାରିୟାନ ଇ. ନାଗେଶ୍ୱର ରାଓ, ରୋଟାରିୟାନ ବାସୁଦେବ ରାଓ, ସୁରଜିତ ସାମନ୍ତରାୟ, ଏସ୍. ରେଖା ମହାନ୍ତି, ପଦ୍ମଚରଣ ସାହୁ, ପ୍ରସନ୍ନ କୁମାର ପତିଙ୍କ ସମେତ ବହୁ ସଦସ୍ୟ ମଣ୍ଡଳୀ କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ରୋଟାରୀ ସମ୍ପାଦକ ଏମ୍. ଧନଞ୍ଜୟ ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ରୋଟାରିଆନ ଦ୍ୱାରକା ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Leave A Reply

Your email address will not be published.