jayashree

ବଲାଙ୍ଗିରରେ ଆରମ୍ଭ ହେଲା ସ୍ୱଦେଶୀ ଶିଳ୍ପ ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୃଷ୍ଟି ହେଲପିଙ୍ଗ ହ୍ୟାଣ୍ଡ କଲ୍ୟାଣ ସଂଘ ତରଫରୁ ଆଜିଠାରୁ ଆରମ୍ଭ ହେଉଛି ସ୍ୱଦେଶୀ ଶିଳ୍ପ ମହୋତ୍ସବ । ସ୍ଥାନୀୟ କୋଶଲ କଳା ମଣ୍ଡଳ ପଡିଆରେ ଏକମାସ ପାଇଁ ଚାଲିବାକୁ ଥିବା ଏହି ପ୍ରଦର୍ଶନୀ ତଥା ବିକ୍ରୟ ମେଳାକୁ ସାଂସଦ ସଂଗୀତା ସିଂହଦେଓଙ୍କ ନୋମିନି ଦିନେଶ ଶର୍ମା ଓ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଂଜନ ମିଶ୍ର ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ହସ୍ତଶିଳ୍ପ, ଖଦି ପରି ଜିନିଷର ଚାହିଦା ବଢାଇବାକୁ ଏହି ମେଳା ଓ ବିକ୍ରୟ କେନ୍ଦ୍ରର ଉଦ୍ୟମକୁ ଅତିଥିମାନେ ପ୍ରଶଂସା କରିଥିଲେ । ଭାରତର ବିଭିନ୍ନ ପ୍ରଦେଶରୁ ହସ୍ତତନ୍ତ, ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦ, ହସ୍ତଶିଳ୍ପ ଦ୍ରବ୍ୟ ଆସିଥିବା, ସୁଲଭ ମୂଲ୍ୟରେ ମିଳିବାକୁଥିବା ପରିଚାଳକ ବେଦ ପ୍ରକାଶ ତିୱାରୀ ଓ ପ୍ରେମରାମ ଦୁବେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.