jayashree

ସେଞ୍ଚୁରିଅନ ଜେ.ଆଇ.ଟି.ଏମ ଓ ଡି.ପି.ଏସ ପରିସରରେ ‘ନୂଆଁଖାଇ ହାଟ’ ଓ ‘ନୂଆଁଖାଇ ଭାବ’ ନାଟକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ଏକ କୃଷି ପ୍ରଧାନ ଦେଶ ଏବଂ ଏଇଠି ଅନେକ କୃଷି ଭିତ୍ତିକ ପର୍ବ ପାଳିତ ହୋଇଥାଏ । ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳ ବା ଓଡିଶା ଏଇଠି ମଧ୍ୟ ଅନେକ କୃଷି ଭିତ୍ତିକ ପର୍ବ ପାଳିତ ହୋଇଥାଏ । ପଶ୍ଚିମ ଓଡିଶାର ମୁଖ୍ୟ ପର୍ବ ହେଉଛି ନବାନ୍ନ ବା ନୂଆଁଖାଇ ଯେଉଁ ପର୍ବରେ ପ୍ରଥମ ଉତ୍ପାଦିତ ଧାନକୁ ମା’ ସମଲେଶ୍ୱରୀଙ୍କଠାରେ ଅର୍ପଣ କରାଯାଇ ସମସ୍ତେ ନୂଆଁଖାଇ ପାଳନ କରନ୍ତି । ଛାତ୍ର, ଛାତ୍ରୀଙ୍କ ମନରେ ପଶ୍ଚିମ ଓଡିଶାର ଏଇ ମହାନ ସଂସ୍କୃତି ଓ ପରମ୍ପରା ବିଷୟରେ ଅବଗତ କରେଇବା ସହିତ ଖାଦ୍ୟର ନଷ୍ଟ ନ କରିବାର ଅଭ୍ୟାସ, ପାଠ ସହିତ ବିତ୍ତୀୟ ସଚେତନତା ବା ଦ୍ରବ୍ୟ କିଣାବିକା କରିବାର କଳା ଓ ଦକ୍ଷତା ଶିକ୍ଷା କରିବା ଆଦି ବିଷୟର ଉଦ୍ଦେଶ୍ୟ ନେଇ ସେଞ୍ଚୁରିଅନ ବିଦ୍ୟାଳୟର କର୍ତ୍ତୃପକ୍ଷ ଆଜି ବିଦ୍ୟାଳୟ ପରିସରରେ ନୂଆଁଖାଇ ହାଟ ଓ ନୂଆଁଖାଇର ଭାବ ପରି ଏକ ଅତି ସୁନ୍ଦର ନାଟକ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରୁ ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପ୍ରଦୀପ କୁମାର ଷଡ଼ଙ୍ଗୀ ଉତ୍ସବର ଶୁଭାରମ୍ଭ କରିଥିଲେ । ତାଙ୍କରି ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା । ନୂଆଁଖାଇ ହାଟରେ କୁନି କୁନି ପିଲାମାନେ ନୂଆଁଖାଇରେ ଆବଶ୍ୟକ ହେଉଥିବା ସମସ୍ତ ସାମଗ୍ରୀ ( ହାଣ୍ଡି, ଧାନ, ଲୁଗା, ପନିପରିବା ଇତ୍ୟାଦି ) ର ପସରା ମେଲି ଏକ ବଜାରର ଦୃଶ୍ୟ ସୃଷ୍ଟି କରିଥିଲେ । ଯାହା ଅତ୍ୟନ୍ତ ଆକର୍ଷଣୀୟ ଓ ଚିତ୍ତାକର୍ଷକ ଥିଲା । ଏହା ଦର୍ଶକଙ୍କ ମଧ୍ୟରେ ବେଶ ଆଦୃତ ହୋଇଥିଲା । ଏହା ପରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଭିନୀତ ଅତି ସୁନ୍ଦର ନାଟକ “ନୂଆଁଖାଇର ଭାବ” ପରିବେଷିତ ହୋଇଥିଲା ଯାହା ନୂଆଁଖାଇ ପର୍ବର ଗୁରୁତ୍ୱ ଓ ମହତ୍ତ୍ୱକୁ ଅତି ସୁନ୍ଦର ଭାବରେ ଅଭିନୀତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସିଏଚ୍‌ଏସ୍‌ଇ ବିଭାଗର ଅଧକ୍ଷ ଡ. ଅନଙ୍ଗ ଉଦୟ ନାୟକ, ଉପାଧ୍ୟକ୍ଷା ଡ. ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା, ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ଡିପିଏସ୍‌ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସଞ୍ଜନା ବାଲି, ନର୍ସିଂ ବିଭାଗର ସଂଯୋଜକ ସୋମନାଥ ଷଡଙ୍ଗୀ, ନର୍ସିଂ ବିଭାଗର ହେଲୋ କିଡ଼ସ୍‌ ବିଭାଗର ଅଧ୍ୟକ୍ଷା ଶ୍ରୀମତୀ ସୋନିକା ତ୍ରିପାଠୀ, ବିଦ୍ୟାଳୟର ପରିଚାଳକ ପ୍ରଭୃତି ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହିତ କାର୍ଯ୍ୟକ୍ରମଟିର ସଫଳ ପରିଚାଳନାରେ ସହଯୋଗ କରିଥିଲେ । ନୂଆଁଖାଇ ହାଟରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଅର୍ଚ୍ଚନା ରଣା ଏବଂ ହରିପ୍ରିୟା ମିଶ୍ର, ନୂଆଁଖାଇ ଭାବ ନାଟକରେ ଶିକ୍ଷୟିତ୍ରୀ ଶିରୀସା ପତି ଏବଂ ମାମିନୀ ମିଶ୍ର ସଫଳ ପରିଚାଳନା କରିଥିଲେ । ଏକାଦଶ ଶ୍ରେଣୀର ଛାତ୍ରୀ ସିଦ୍ଧେଶ୍ୱରୀ ବଗର୍ତ୍ତୀ ଓ ଜାହ୍ନବୀ ବେହେରା ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା । ଏହି କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀଙ୍କୁ ନିଜ ପରମ୍ପରା ବିଷୟରେ ଜାଣିବା ସହିତ ଉତ୍କୃଷ୍ଟ କଳା ପ୍ରଦର୍ଶନରେ ସହାୟକ ହୋଇପାରିଥିଲା । ଯାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଅଟେ ।

Leave A Reply

Your email address will not be published.