jayashree

ଚଟୁଅନକା ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକ ଅନ୍ତର୍ଗତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ଚଟୁଅନକାରେ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରତାପଚନ୍ଦ୍ର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ହିଆଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ, ସରପଞ୍ଚ ଜ୍ଞାନ ରଞ୍ଜନ ତାଣ୍ଡୀ ଅତିଥି ଭାବରେ ଯୋଗ ଦେଇଥିଲେ । ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ସେପ୍ଟେମ୍ବର ମାସ ଏକ ତାରିଖରୁ ବିଦ୍ୟାଳୟରେ ପ୍ରତିଦିନ ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଯେପରିକି ବର୍ଜ୍ୟବସ୍ତୁକୁ ବର୍ଗୀକରଣ କରି ଅଳିଆ କୁଣ୍ଡରେ ଫିଙ୍ଗିବା, ପ୍ଳାଷ୍ଟିକ ବ୍ୟବହାରକୁ କମ୍‌ କରିବା, ଖାଇବା ପୂର୍ବରୁ ଓ ପାଇଖାନା ଯିବା ପରେ ହାତକୁ ସଫାକରିବା, ବିଦ୍ୟାଳୟ ପରିସରକୁ ସଫାସୁତୁରା ରଖିବା, ଅଯଥା ପାଣି ବ୍ୟବହାରକୁ କମ୍‌ କରିବା, ପରିଷ୍କାର ପରିଛନ୍ନ ପୋଷାକ ପିନ୍ଧିବା, ନଖ ସଫା ରଖିବା ଆଦି ଉପରେ ଆଲୋଚନା କରାଯାଇଥିଲା । ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅତିଥିମାନଙ୍କୁ ନେଇ ଏକ ଶୋଭାଯାତ୍ରା କରାଯାଇଥିଲା । ବିଭିନ୍ନ ସ୍ଲୋଗାନ ଦେଇ ଗାଁ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନର ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷୟିତ୍ରୀ ବୈଜୟନ୍ତି ପାଢୀ, ପୁଷ୍ପାଞ୍ଜଳି ମହାପାତ୍ର, ଶ୍ୱେତା ବାଗ, ତପସ୍ୱିନୀ ମାଝୀ, ମିନତୀ ମାଝୀ, ସୁଜାତା ଶବର, ସରୋଜ କୁମାର ବରିହା, ସୁଶାନ୍ତ ରାଉତ, ପିଙ୍କୁ ନାଗ, ସୁରେଶ କୁମାର ବେହେରା ସହଯୋଗ କରିଥିଲେ ।

Leave A Reply

Your email address will not be published.