କାଶ୍ମୀରରେ ଚରମପନ୍ଥୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ବିହାର ଲିଙ୍କ

ଛାପରା : ଚରମପନ୍ଥୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଅଭିଯୋଗରେ ଜ‌ମ୍ମୁ କା‌ଶ୍ମୀର ପୋଲିସ ସୋମବାର ଦିନ ବିହାରର ତାଙ୍କ ଗ୍ରାମରୁ ଜାଭେଦଙ୍କୁ ଗିରଫ କରିଛି । ଜାଭେଦଙ୍କ ବ୍ୟତୀତ ତାଙ୍କ ସାନଭାଇ ମୁସ୍‌ତାକ୍‌ ଆଲାମଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି । ମୁସ୍‌ତାକ୍‌ ପଞ୍ଜାବର ମୋହାଲିରେ ନର୍ସିଂ ଅଧ୍ୟୟନ କରନ୍ତି ।

ଏହା ହେଉଛି ପ୍ରଥମ ପ୍ରକାରର ମାମଲା, ଯେଉଁଥିରେ ବିହାରର ଜଣେ ବ୍ୟକ୍ତି ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଅଭିଯୋଗରେ ଗିରଫ ହୋଇଛନ୍ତି । ଏହାପୂର୍ବରୁ ରବିବାର ଦିନ ଜାମ୍ମୁ କାଶ୍ମୀରର ଡିଜିପି ଦିଲବାଗ ସିଂ କହିଛନ୍ତି ଯେ, ଅତୀତରେ ହିଦାତୁଲ୍ଲା ମଲିକ ଏବଂ ଜାହୋର ଅହମ୍ମଦ ରଥର ନାମକ ଦୁଇ ଜଣ ଉଗ୍ରବାଦୀ ଅନନ୍ତନାଗ ଏବଂ ସାମ୍ବାଠାରୁ ଗିରଫ ହୋଇଥିଲେ । ପଚରା ଉଚରା ବେଳେ ସେ ବିହାରର ଚାପ୍ରା ଠାରୁ ସାତୋଟି ପିସ୍ତଲ କିଣିଥିବା ଜଣାପଡିଛି । ଏଥିପାଇଁ ପଞ୍ଜାବରେ ପଢ଼ୁଥିବା କାଶ୍ମୀରୀ ଛାତ୍ରମାନେ ବ୍ୟବହୃତ ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.