oom

ପେଟ ପାଇଁ ନାଟ : ୧୦ ବର୍ଷ ଶିଶୁ କନ୍ୟା ମୁଣ୍ଡରେ ପରିବାର ବୋଝ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ପ୍ରଣିତ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ୬ରୁ ୧୪ ବର୍ଷ ପର୍ୟ୍ୟନ୍ତ ପିଲାଙ୍କ ପାଇଁ ମାଗଣାରେ ପ୍ରାଥମିକ ଶିକ୍ଷା ଅଧିକାର ପାଲଟିଛି । ପୁଣି ବାଲିକାଙ୍କ ଶିକ୍ଷା ପାଇଁ ବିଭିନ୍ନ ପ୍ରୋତ୍ସାହନ ରହିଛି । ଏହା ସତ୍ତେ୍ୱ ସ୍କୁଲ ଯିବା ବୟସରେ ପରିବାର ପ୍ରତିପୋଷଣ ପାଇଁ ବିପଦ ଜନକ ‘ବାଉଁଶ ରାଣୀ ‘ଖେଳକୁ ଆବୋରି ନେଇଛି ୧୦ବର୍ଷର ଶିଶୁ କନ୍ୟା । ତେବେ ବଲାଙ୍ଗିର ଜିଲ୍ଲା ଦାଦନ ଗଡ଼ରେ ବାହାର ରାଜ୍ୟରୁ ଆସି ବିପଦପୂର୍ଣ୍ଣ ଖେଳ ଲୋକଙ୍କୁ ଦେଖାଇ କିଛି ଟଙ୍କା ପାଇଁ ନାଟ ପରିବେଷଣ କରୁଥିବା ବେଳେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ କଡ଼ରେ ଥିବା କେନ୍ଦ୍ର ସମବାୟ ବ୍ୟାଙ୍କ ପାଖରେ । ତେବେ ଏହି ରାସ୍ତା ଦେଇ ହଜାର ହଜାର ଲୋକେ ଯାତାୟାତ କରୁଥିବା ସହ ଏହି ଶିଶୁ କନ୍ୟାଙ୍କ ଖେଳକୁ ଦେଖିବା ପାଇଁ ଭିଡ଼ ଲାଗି ରହିଥିଲା । ହେଲେ ଆହା ବୋଲି ବା କାହା ମୁହଁରେ ଦେଖି ବାକୁ ମିଳିନ ଥିଲା । ୧୦ ଫୁଟ ଉଚ୍ଚତା ବିଶିଷ୍ଟ ଦଉଡି ଉପରେ ଲମ୍ବା ବାଡିଟିଏ ଧରି ଦୁଃସାହସିକ କ୍ରୀଡା ପ୍ରଦର୍ଶନ କରୁଥିବା ବେଳେ ମୁଣ୍ଡ ଉପରେ କଲସ ଧରି ୩୦ ଫୁଟରୁ ଅଧିକ ଦୂରତା ଅତିକ୍ରମ କରିଛି । ଭାରସାମ୍ୟ ହରାଇରେ ଜୀବନ ପ୍ରତି ବିପଦ ରହିଛି । ତଥାପି ପରିବାର ପାଇଁ ସେ ଦୈନିକ ଜୀବନକୁ ବାଜି ଲାଗାଇ ଚାଲିଛି । ତେବେ କିଛି ଟଙ୍କା ମିଳିଲେ ପରିବାର ଚଳୁଛି ବୋଲି ଶିଶୁ କନ୍ୟାର ବାପା ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.