
ଲୋଇସିଂହା, (ବିମଳେନ୍ଦୁ ସାହୁ) : ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର କୁଶଙ୍ଗ ଠାରେ ସଙ୍କୁଳ ସ୍ତରୀୟ ଯୋଗ, ସ୍ୱଦେଶୀ ଓ ମାନସାଙ୍କ କାର୍ଯ୍ୟଶାଳା ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ସମାରୋହରେ ବିଦ୍ୟାଳୟର ଅଭିଭାବକ ନରେଶ ଚନ୍ଦ୍ର ହାତୀ ତଥା ତାଙ୍କ ଧର୍ମପତ୍ନୀ ନମିତା ହାତୀ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରିଥିଲେ । ସଙ୍କୁଳ ସଂଯୋଜକ ମହାଦେବ ମେହେର କାର୍ଯ୍ୟଶାଳାର ଉଦ୍ଦେଶ୍ୟ କଥନ କରିଥିବା ବେଳେ ସଙ୍କୁଳ ପ୍ରମୁଖ କମଲ ଲୋଚନ ତ୍ରିପାଠୀ, ପରିଚାଳନା ସମିତି ସଭାପତି ରତ୍ନଲାଲ ପୃଷ୍ଟି ଆଶୀର୍ବଚନ ପ୍ରଦାନ କରିଥିଲେ । ଆୟୋଜକ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଭାଗ୍ୟଦତ୍ତ ମିଶ୍ର ପରିଚୟ ପ୍ରଦାନ କରିଥିବା ବେଳେ ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶିବ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟଶାଳାରେ ସାତଟି ବିଦ୍ୟାଳୟରୁ ୨୮ ଜଣ ଗୁରୁଜୀ ଗୁରୁମା ଯୋଗ ଦେଇଥିଲେ । ଶିବ ବାରିକ, ବିଜୟ କୁମାର ସରାଫ, ବିଶ୍ୱେନ୍ଦୁ ସୁନ୍ଦର ବାରିକ, ଶତ୍ରୁଘ୍ନ ବିଶ୍ୱାଲ କାଳାପ୍ସଶ ମାନ ନେଇଥିବା ବେଳେସମାରୋପ ସତ୍ରରେ ଅନୁଷ୍ଠାନର ସମ୍ପାଦକ ଶ୍ୟାମସୁନ୍ଦର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ସହଯୋଗ କରିଥିଲେ ।