
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ଗାଁରେ ଶୁକ୍ରବାର ସନ୍ଧ୍ୟାରେ ଗଣେଶ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂଜା ପରିଚାଳନା ପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇଥିବା ସୂଚନା ମିଳିଛି । କମିଟିର ସଭାପତି ପିଣ୍ଟୁ ହରିପାଲ, ସମ୍ପାଦକ ବୁଲୁ ନନ୍ଦ, କୋଷାଧକ୍ଷ ଲିଟୁ ସୁନା, ଉପସଭାପତି ବଣ୍ଟି ସୁନା, ସହ ସମ୍ପାଦକ ଅଙ୍କୁଶ ନାଗଙ୍କୁ ଚୟନ କରାଯାଇଥିଲା । ପୂଜା କାର୍ଯ୍ୟକ୍ରମ ସଠିକ୍ ଭାବେ ପରିଚାଳନା କରିବା ସହ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବାକୁ କମିଟି ପକ୍ଷରୁ ବୈଠକରେ ଆଲୋଚନା ହୋଇଥିଲା ।