jayashree

ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠରେ ଗୁରୁ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟଣା ପରିସରରେ ମହାନ ଶିକ୍ଷାବିତ୍ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ ଗୁରୁ ଦିବସ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତୁଷାର କାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଡ. ରାଧାକୃଷ୍ଣନଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କର ଶିକ୍ଷା ଓ ଦର୍ଶନ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସଭାରେ ଅବସରପ୍ରାପ୍ତ ଶିକ୍ଷକ ଲଡୁ କିଶୋର ସାମନ୍ତସିଂହାର ଓ ଆର୍ତ୍ତତ୍ରାଣ ମହାନ୍ତିଙ୍କୁ ବିଦ୍ୟାଳୟ ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଚାରା ଦେଇ ସମ୍ବର୍ଦ୍ଧନା ଓ ସମ୍ମାନ ପ୍ରଦାନ କରାଯାଇଥିଲା । ଅବସରପ୍ରାପ୍ତ ଶିକ୍ଷକମାନେ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ପ୍ରତି ନିଜର ଅନୁଭୂତି ଓ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ । ଏଥିସହ ଅବସର ପ୍ରାପ୍ତ ଶିକ୍ଷକଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଛାତ୍ରଛାତ୍ରୀମାନେ ଡ. ରାଧାକୃଷ୍ଣନଙ୍କ ଜୀବନୀ, ଆଦର୍ଶ ଓ ଶିକ୍ଷା ଦର୍ଶନ ଉପରେ ଭାଷଣ ପ୍ରଦାନ କରିବା ସହ ଗୁରୁ-ଶିଷ୍ୟ ସମ୍ପର୍କର ମହତ୍ତ୍ୱ ବିଷୟରେ ନିଜର ମତ ରଖିଥିଲେ । ଏହା ସହିତ ଓଡ଼ିଆ ବକ୍ତୃତା” ସୁସ୍ଥ ସମାଜ ଗଠନରେ ଗୁରୁଙ୍କ ଭୂମିକା” ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଆହରଣ ସହ ନୈତିକ ମୂଲ୍ୟବୋଧ, ଶୃଙ୍ଖଳା ଓ ଦାୟିତ୍ୱବୋଧର ବିକାଶ ପାଇଁ ପ୍ରେରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ରବିନ୍ଦ୍ର ଖାଟୋଇ ଓ ସ୍ତୁତିସନ୍ଧ୍ୟା ମହାରଣା ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ବିନୋଦ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଦିଗବିଜୟୀ ଭାସ୍କୋଡାଗାମା, ରବି ନାରାୟଣ ନାୟକ, ପ୍ରିୟ ରଞ୍ଜନ ପାତ୍ର, ରଶ୍ମିକାନ୍ତ ସାହୁ ଓ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ସାହୁ, ଶ୍ରଦ୍ଧାଞ୍ଜଳୀ ରାଉତ, ଗାୟତ୍ରୀ ସ୍ଵାଇଁ, ଲିପିକା ଭୋଇ, ସୁପ୍ରିୟା ସାସମଲ୍ ଓ ଚତୁର୍ଥଣ୍ରେଣୀ କର୍ମଚାରୀ ପବିତ୍ର ମୋହନ ସାହୁ , କ୍ଷିରୋଦ ଚନ୍ଦ୍ର ରଣା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.