ଅବ୍ୟବସ୍ଥା ଘେରରେ ବାଲିଗୁଡାର ଶ୍ମଶାନ : ବାଇକ ଆଲୁଅରେ ଶବଦାହ କରାଯାଉଛି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିରେ ଥିବା ଶ୍ମଶାନ ଅବ୍ୟବସ୍ଥା ମଧ୍ୟରେ ରହିଛି । ବାଲିଗୁଡାର ସର୍ବ ପୁରାତନ ସାହି ନୁଆସାହିର ୱାର୍ଡ ନମ୍ବର ୫ ଓ ୬ରେ ବସବାସ କରୁଥିବା ଲୋକେ ଦୀର୍ଘ ପଚାଶବର୍ଷରୁ ଉର୍ଦ୍ଧ ହେବ ଜରାଶ୍ରମ ନିକଟରେ ଥିବା ଶ୍ମଶାନ ଉପରେ ନିର୍ଭରଶୀଳ । କିନ୍ତୁ ଆଦ୍ୟାବଧି ‌ଶ୍ମଶାନର ଉନ୍ନତି କରଣ କରାଯାଇନାହିଁ କିମ୍ବା ମଶାଣି ଜମି ଚିହ୍ନଟ କରାଯାଇନାହିଁ । ଖରା ବର୍ଷା ଶୀତ ଦିନେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଠାରେ ଆଲୁଅ ଶବଗୃହ କିମ୍ବା ପାଣି ବ୍ୟବସ୍ଥା ଆଦୌନାହିଁ । ଜମି ଚିହ୍ନଟ ହୋଇନଥିବାରୁ ଏହାର ସୁଯୋଗରେ କିଛି ଲୋକ ଜମିକୁ ବେଆଇନ ଦଖଲ କରିଥିବା ଦେଖିବାକୁ ମିଳିଛି । କ୍ରମଶଃ ‌ଶ୍ମଶାନ ଜମି ହ୍ରାସ ପାଉଛି କିନ୍ତୁ ଏନଏସି କର୍ତୃପକ୍ଷ କିମ୍ବା ରାଜସ୍ୱ ବିଭାଗ କୌଣସି ପଦକ୍ଷେପ ନେଇନାହିଁ । ଏନେଇ ଗ୍ରାମବାସୀ ପୂର୍ବରୁ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଏବଂ ଉପଜ଼ିଲ୍ଲାପାଳଙ୍କୁ ଅବଗତ କରିଥିଲେ କିନ୍ତୁ କୌଣସି ପଦକ୍ଷେପ ନିଆଯାଇନାହିଁ । ବାଲିଗୁଡା ଏନଏସି ଗଠନ ପରେ ସ୍ଥାନୀୟ ବାସିନ୍ଦା ‌ଶ୍ମଶାନ ଜମି ଚିହ୍ନଟ ଏବଂ ଉନ୍ନତି କରଣ ହେବ ବୋଲି ଆଶା ବାନ୍ଧିଥିଲେ କିନ୍ତୁ ପାଞ୍ଚବର୍ଷ ସରିଗଲା କିନ୍ତୁ ମଣିଷ ଜୀବନର ଶେଷ ସମ୍ମାନ ପାଉଥିବା ଶ୍ମଶାନ ପ୍ରତି ଦୃଷ୍ଟି ଦେଲେନି ଯାହାକି ନୁଆସାହି ବାସୀଙ୍କୁ ବ୍ୟଥିତ କରିଛି । ତୁରନ୍ତ ଜ଼ିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକତା ରହିଛି ଅତିଶୀଘ୍ର ଶ୍ମଶାନ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ସହ ପାଚେରୀ ଆଲୋକ ଓ ପାଣି ଓ ଶବ ବିଶ୍ରାମ ଗୃହ ନିର୍ମାଣ ପାଇଁ ୱାର୍ଡବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.