
ରାଉରକେଲା, (କେପିଏନ୍ଏସ୍) : ଭୁବନେଶ୍ୱର ଶଙ୍ଖ ଭବନରେ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ। ବିଜେଡି ନେତ୍ରୀ ସୁଜାତା ରାଉତଙ୍କୁ ସାକ୍ଷାତ କରି ବିଭିନ୍ନ ସାଂଗଠନିକ ଓ ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ବିଧାୟକ । ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବିଜେଡି ନେତ୍ରୀ ସୁଜାତା ରାଉତଙ୍କ ସହ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀଙ୍କ ସାକ୍ଷାତ ହୋଇଛି । ଏହି ସାକ୍ଷାତକାର ସମୟରେ ଦଳର ସାଂଗଠନିକ ସ୍ଥିତି ସହ ବିଭିନ୍ନ ରାଜନୈତିକ ବିଷୟକୁ ନେଇ ଆଲୋଚନା ହୋଇଥିବା ଜଣାପଡିଛି । ଏହି ଗସ୍ତ ସମୟରେ ବିଧାୟକଙ୍କ ସହ ଯୁବ ନେତା ସୋମନାଥ ରାହା, ବିଧାୟକଙ୍କ ଆଇନ ପରାମର୍ଶଦାତା ଏମଡି ଆଜାଜ ଆଲାମ ଏବଂ ଛାତ୍ର ନେତା ଏମଡି ସାକିବ ରଜା ମଧ୍ୟ ଉପସ୍ଥିତ ଥିଲେ । ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ଏବଂ ଆଗାମୀ ଦିନର ରାଜନୈତିକ ରଣନୀତିକୁ ନେଇ ଏହି ଆଲୋଚନା ଗୁରୁତ୍ୱ ବହନ କରୁଥିବା କୁହାଯାଉଛି ।