jayashree

ବାଇକ୍‌ରେ ଆସି ଲୁଟିନେଲେ ସୁନା : ଭୁଜାଲିରେ ଆକ୍ରମଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର-ପଦ୍ମପୁର ରାସ୍ତାର ପହଣ୍ଡି ଗ୍ରାମ ନିକଟରେ ଗତକାଲି ସନ୍ଧ୍ୟାରେ ଏକ ଲୁଟ୍‌ ଓ ଆକ୍ରମଣ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତିନିଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ରାସ୍ତା ପଚାରିବା ବାହାନାରେ ଜଣେ ମହିଳାଙ୍କ ଠାରୁ ସୁନା ଗହଣା ଲୁଟ୍‌ କରିବା ସହ ଭୁଜାଲି ଦେଖାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ତିନିଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ପଦ୍ମପୁର ଯିବା ରାସ୍ତା ପଚାରିଥିଲେ । ଏହାପରେ ଜଣେ ମହିଳାଙ୍କ ଶାଢ଼ୀ ଟାଣିବା ସହ ଭୁଜାଲି ଦେଖାଇ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ୍‌କୁ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ମୋଟ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ସେମାନେ ଝିର୍ଲି ଗ୍ରାମର ବୋଲି ପ୍ରାଥମିକ ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ବିଜେପୁର ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.