jayashree

ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରେସ କ୍ଲବ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ସାମ୍ବାଦିକ ମାନଙ୍କ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସାମ୍ବାଦିକ ମାନଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ କରାଯାଇଛି । ଯାହାକି ୨୦୨୦ ମସିହାରୁ ଏହି ଯୋଜନା ଆରମ୍ଭ ହୋଇଛି ଏବଂ ଏହି ଯୋଜନାରେ ଅନେକ ଗୁଡ଼ିଏ ସାମ୍ବାଦିକ ଫାଇଦା ପାଇଛନ୍ତି । କିନ୍ତୁ ବର୍ତ୍ତମାନ ସରକାର ଏହାକୁ ସର୍ବସାଧାରଣ ପାଇଁ କାମ କରୁଥିବା ଆୟୁଷ୍ମାନ ଆରୋଗ୍ୟ ଯୋଜନାରେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ସାମିଲ କରାଯିବ ବୋଲି ଯୋଜନା ଚଲାଇଥିବା ଜଣାପଡିଛି । ଏହା ହେବା ଯୋଗୁଁ ସାମ୍ବାଦିକ ମାନଙ୍କ ସ୍ୱତନ୍ତ୍ର ପରିଚୟ ନଷ୍ଟ ହେବା ସହ ସ୍ୱାସ୍ଥ୍ୟ ସେବାରେ ମଧ୍ୟ ବାଧାପ୍ରାପ୍ତ ହେବ । ସେଥିପାଇଁ ସମଗ୍ର ଓଡ଼ିଶାର ସାମ୍ବାଦିକ ମାନେ ବିରୋଧ କରି ରାଜ୍ୟ ସରକାରଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ପ୍ରଚଳିତ କରାଯାଉ ବୋଲି ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପ୍ରେସ କ୍ଲବ୍ ପାଟଣାଗଡ଼ ପକ୍ଷରୁ ଉପଜିଲ୍ଲାପାଳ ସୁନୀଲ କୁମାର ମେହେରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ପ୍ରେସ କ୍ଲବର ସଭାପତି ଅଜିତ କୁମାର ପୁରୋହିତ, ସମ୍ପାଦକ ଭୋଜରାଜ ଦଣ୍ଡସେନା, ଉପ ସଭାପତି ପୂର୍ଣ୍ଣ ଶଶୀ ଶେଖର ରାଓ, ଉପ ସଭାପତି ଜପିନ୍ଦ୍ର ସୁନା, ବରିଷ୍ଠ ସାମ୍ବାଦିକ ବିଭୁତି ଭୂଷଣ ବଡୁ, ଅଭିନାଶ ବିଶ୍ୱାଳ, ଶତୃଘ୍ନ ନାଏକ, ଜଗନ୍ନାଥ ଧରୁଆ, ସମ୍ପଦ ଯାଦବ, ସନ୍ତୋଷ ପୁଟେଲ, ରୂପେନ୍ଦ୍ର ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.