
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗାଁରେ ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣା ବଙ୍ଗୋମୁଣ୍ଡାର ଶାନ୍ତି କମିଟି ଏବଂ ଦେବଙ୍ଗ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ବିଶ୍ୱ ଆଦିବାସୀ ଦିବସ ମହାଆଡମ୍ବର ପାଳନ କରାଯାଇଛି । ପ୍ରଥମେ ଗ୍ରାମ୍ୟ ଇଷ୍ଟଦେବୀଙ୍କୁ ଗାଁର ଝାଙ୍କରଙ୍କ ଦ୍ୱାରା ପୂଜାର୍ଚ୍ଚନା କରି କନ୍ଧ ସମାଜର ପାରମ୍ପରିକ ଡକା ବାଦ୍ୟ ସହ ନଗର ପରିକ୍ରମା କରାଯାଇଥିଲା । ପରେ ପରେ ବଜାର ପ୍ରାଙ୍ଗଣ ସଭାସ୍ଥଳକୁ ଉତ୍ସବ ମୁଖରିତ ବହୁ ସଂଖ୍ୟାରେ ପୁରୁଷ ମହିଳା ଉପସ୍ଥିତ ରହି ବିଶ୍ୱ ଆଦିବାସୀ ଦିବସ ପାଳନ କରିଥିଲେ । ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଉତ୍କଳ କନ୍ଧ ସମାଜ କେନ୍ଦ୍ର କମିଟି ସଭାପତି ଚିନ୍ତାମଣି ଭୋଇ, ମୁଖ୍ୟବକ୍ତା ଭାବେ ଯୁବରାଜ ମାଝୀ, ସମ୍ମାନୀୟ ଅତିଥି ଭାବେ କେନ୍ଦ୍ର କମିଟି ସମ୍ପାଦକ ପ୍ରଦୀପ ମାଝୀଙ୍କ ସହ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ପ୍ରଗଣାର ସଭାପତି ତଥା କର୍ମକର୍ତ୍ତା ଏବଂ ବୁଡୁକା ପ୍ରଗଣା ବଙ୍ଗୋମୁଣ୍ଡାର ଶାନ୍ତି କମିଟି ସଭ୍ୟ ଏବଂ ଗ୍ରାମ୍ୟ ସଭାପତି ମାନେ ଉପସ୍ଥିତ ଥିଲେ । ଶାନ୍ତି କମିଟିର ଆବାହକ ନକୁଳ ମାଝୀଙ୍କ ଆହ୍ୱାନ ଏବଂ ଦେବଙ୍ଗ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଥିଲା । ଉକ୍ତ ସଭାକୁ ନେତ୍ରମଣୀ ଭୋଇ ପରିଚାଳନା କରିଥିବା ବେଳେ ଈଶ୍ୱର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଦୀପ ଭୋଇ, ବସନ୍ତ ଭୋଇ, ଦେବକାନ୍ତ ମାଝୀ, ସାମନ୍ତ ଭୋଇ, ସଞ୍ଜୟ ଭୋଇ, ଜ୍ୟୋତିର୍ମୟ ଭୋଇ, ଗୁପ୍ତେଶ୍ୱର ଭୋଇ, ସୁଧାଂଶୁ ଭୋଇ, ଜନ୍ମେଜୟ ଭୋଇ, ରୋମାନ୍ ଭୋଇ, ଧନଞ୍ଜୟ ଭୋଇ, ଅନ୍ତର୍ଯ୍ୟାମୀ ଭୋଇ ପ୍ରମୁଖଙ୍କ ସମେତ କନ୍ଧ ପରିବାରମାନେ ସହଯୋଗ କରିଥିଲେ ।