
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ୍ ବ୍ଲକ ଟେମରୀ ପଞ୍ଚାୟତ ସୋଢା ଗ୍ରାମର ଗୌନ୍ତିଆ ତଥା ଆୟୁର୍ବେଦିକ ଡାକ୍ତର ନୀଳମ୍ବର ରଣା ଆଜି ସକାଳ ୭.ଘ. ସମୟରେ ସମସ୍ତ ପରିବାର, ବନ୍ଧୁ ବାନ୍ଧବ ସ୍ୱଜନ ମାନଙ୍କୁ ଛାଡି ଅପେରା ରାଇଜକୁ ଚାଲିଗଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହେଉଥିଲା । ତାଙ୍କ ପୁଅ ରାକେଶ ରଣା ମୁଖାଗ୍ନି ଦେଇଥିବା ବେଳେ ତାଙ୍କ ସହିତ ଟେମରୀ ସରପଞ୍ଚ ଦିଲ୍ଲୀପ କୁମାର ବେହେରା, ତାଙ୍କ ତିନି ଭଣଜା ଅରୁଣ କୁମାର ରଣା, ଲୋହିତ କୁମାର ରଣା, କୁବେର କୁମାର ରଣା ସହିତ ଗାଁର ଭଦ୍ରବ୍ୟକ୍ତି ଶ୍ୟାମ ରଣା, କିଶୋର ରଣା, ଅନଙ୍ଗ ସିଂହ, ଜପ ନାଗ, ଅରୂପା ରଣା ସହିତ ଅଂଚଳର ଶହ ଶହ ଲୋକ ତାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ । ଅଶୀ ଦଶକରେ ଅଂଚଳରେ ରାସ୍ତାଘାଟ ସୁବିଧା ନଥିବା ସମୟରେ ସେ ଲୋକଙ୍କୁ ଆଶୁ ଚିକିତ୍ସା ସଠିକ୍ ଭାବେ ଯୋଗାଇ ଆସୁଥିଲେ । ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।