jayashree

ଏନ୍‌.ଏସ୍.ଏସ୍‌ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପାଟଣାଗଡ଼, (କେପିଏନ୍‌ଏସ୍‌) : ରବିବାର ଦିନ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷା ବଲାଙ୍ଗିରର ସେବା ଯୋଜନା ବିଭାଗ ଓ ସତ୍ୟସାଇ ସେବା ସଂଗଠନ ବଲାଙ୍ଗିର ତରଫରୁ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷାର ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସେବା ଯୋଜନା ବିଭାଗର ଅଧିକାରୀ ସନ୍ତୋଷ କୁମାର ରାଉତଙ୍କ ତତ୍ୱାବଧାନରେ ତଥା ଗୃପ ଲିଡର ଉମାକାନ୍ତ ଠାକୁରଙ୍କ ନେତୃତ୍ୱରେ ଆଜି ବିଦ୍ୟାଳୟର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସତ୍ୟସାଇ ସେବା ସଂଗଠନର ବଲାଙ୍ଗିର ଜିଲ୍ଲା ସଭାପତି ମନୋଜ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରମାନଙ୍କୁ ଉତ୍ସାହିତ କରିବା ସହିତ ନିଜେ ଗଛ ଲଗାଇ ଅନ୍ତତଃ ବର୍ଷକ ଗୋଟିଏ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସେବା ଯୋଜନା ବିଭାଗର ଅନେକ ସ୍ୱେଚ୍ଛାସେବୀ ସହିତ ସତ୍ୟସାଇ ସଂଗଠନର ଅନେକ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରକାଶ ଥାଉ କି ଚଳିତ ବର୍ଷ ବିଦ୍ୟାଳୟର ଏନ୍‌.ଏସ୍.ଏସ୍ ବିଭାଗ ତରଫରୁ ଅଧ୍ୟକ୍ଷା ମାମିନା ବାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବାକୁ ସ୍ଥିରୀକୃତ କରାଯାଇଛି ।

Leave A Reply

Your email address will not be published.